

ସତ୍ୟଶିଖା(ନୂଆଦିଲ୍ଲୀ) ୦ ୭ .୦୭.୨୦୨୧: କ୍ରମାଗତ ତଳମୁହାଁ ହେଉଥିବା ଦେଶର କରୋନା ଗ୍ରାଫ ଆଜି ହଠାତ୍ ବଢ଼ି ଯାଇଛି। କିଛି ଦିନ ହେଲା ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହୁଥିଲା। ହେଲେ ୨୪ ଘଣ୍ଟାରେ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛି। ସେହିପରି ଗତକାଲି ତୁଳନାରେ ଆଜି ଅଧିକ ୪୦୦ ଜଣ ଲୋକ ପ୍ରାଣ ହରାଇଛନ୍ତି। ସଂକ୍ରମଣ ହଠାତ୍ ବଢ଼ିବାରୁ ସମସ୍ତଙ୍କ ମନରେ ପୁଣିଥରେ ଛନକା ପଶିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪୩, ୭୩୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏହି ସଂଖ୍ୟା ୩୪,୭୦୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାର ଅର୍ଥ ଦୈନିକ ସଂକ୍ରମଣ ପ୍ରାୟ ୧୦ ହଜାର ବଢ଼ିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୬,୬୩,୬୬୫କୁ ବୃଦ୍ଧି ପାଇଛି।
ସେହିପରି ଦେଶରେ କରୋନା ଆଉ ୯୩୦ ଜଣଙ୍କ ଜୀବନ ନେଇଛି। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୫୫୩ ଜଣଙ୍କ ଜୀବନ କିଲର କରୋନାରେ ଆକ୍ରାନ୍ତ ହୋଇ ଯାଇଥିବା ସୂଚନା ଦେଇଥିଲା। ଏହାର ଅର୍ଥ ସଂକ୍ରମଣ ଭଳି ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୦୪,୨୧୧ରେ ପହଞ୍ଚି ଯାଇଛି।