ଆଜି 12ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ସତ୍ୟଶିଖା ( ମୟୂରଭଞ୍ଜ ) ୨୯ /୧୧ /୨୦୨୧: ଆଜି 12 ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ସାନ୍ତାଳୀ, ମୁଣ୍ଡାରୀ, ହୋ ଭାଷାକୁ ଓଡ଼ିଶାର ଦ୍ବିତୀୟ ରାଜ୍ୟ ଭାଷା ମାନ୍ୟତା ଦାବିରେ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି ଆଦିବାସୀ ଛାତ୍ର ସଂଗଠନ ”ମାସା ଆର୍ମି”।

ଏସବୁ ଭାଷା ଗୁଡିକୁ  ରାଜ୍ୟ ଭାଷା ମାନ୍ୟତା ସହିତ ସାନ୍ତାଳୀକୁ ଭାଷାଗତ ସଂଖ୍ୟା ଲଘୁ ମାନ୍ୟତା ମିଳୁ। ଏବଂ ମୁଣ୍ଡାରୀ, ଭୂମିଜ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଉ ବୋଲି ମଧ୍ୟ ଏହି ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ଦାବି କରାଯାଇଛି।

Exit mobile version