

ସତ୍ୟଶିଖା( ଲକ୍ଷ୍ନୌ )୨୫.୦୬. ୨୦୨୨ : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ବହୁଜନ ସମାଜବାଦୀ ପାର୍ଟି(BSP) ମୁଖ୍ୟ ମାୟାବତୀ । ପୂର୍ବରୁ ବିହାରରେ ସରକାରରେ ଥିବା ନୀତିଶ କୁମାରଙ୍କ JDU ଓ ଆନ୍ଧ୍ରପ୍ରଦେଶରେ ସରକାରରେ ଥିବା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ YSR କଂଗ୍ରେସ ମଧ୍ୟ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ନିର୍ବାଚନା ପାଇଁ ସମର୍ଥନ ଘୋଷଣା କରିସାରିଛନ୍ତି । ପୂର୍ବରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାରରେ ଏଲଜେପିଆର, ହମ, ଏନଡିଏର ପ୍ରାର୍ଥୀ ଚୟନକୁ ପ୍ରଶଂସା କରି ସମର୍ଥନ କରିଛନ୍ତି ।