ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ଦମ୍‌ଦାର୍‌ ଫିଚର୍ ସହ ବଜାରକୁ ଆସିଲା ହୋଣ୍ଡାର CB.350 R.S

ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୦୨/୧୦୨୧ : ହୋଣ୍ଡା ମଟୋର ସାଇକେଲ୍‌ ଏବଂ ସ୍କୁଟର ଇଣ୍ଡିଆ ମଙ୍ଗଳବାର ତାର ନୂଆ ଦୁଇ ଚକିଆ ଯ।ନ CB350 RSକୁ ବଜାର ପ୍ରବେଶ କରିଛି । କମ୍ପାନୀ ଦମ୍‌ଦାର ଫଚର୍‌ ସହ ଦୁଇଟି ମଡେଲ୍‌ରେ ଏହାକୁ ବଜାରକୁ ଛାଡ଼ିଛି । ଏହି ଯାନର ସାମୂହିକ ଉତ୍ପାଦନ ଏବଂ ଆଗୁଆ ବୁକିଙ୍ଗ ମଧ୍ୟ କମ୍ପାନୀ ତରଫରୁ ଆରମ୍ଭ କରାଯାଇଛି ।

ଏହି ଦୁଇ ବାଇକ୍‌ରେ ଇଞ୍ଜିନ୍‌ଠାରୁ ଆରମ୍ଭ କରି ସମସ୍ତ ପାର୍ଟକୁ ମଜବୁତ୍‌ କରାଯାଇଛି । ଏଥିରେ ୩୫୦ ଇଞ୍ଜିନ୍‌ ସହିତ ଓସାରିଆ ଟାୟାର, ଏଲ୍‌ଇଡି ହେଡ୍‌ ଲାଇଟ୍‌ ଏବଂ ଟେଲ୍‌ ଲାଇଟ୍‌, ଡୁଆଲ୍‌ ଟୋନ୍‌ ଫୁଏଲ୍‌ ଟ୍ୟାଙ୍କ୍‌ ଏବଂ ରୋଲ୍‌ ସିଟ୍‌, ସେମି-ଡିଜିଟାଲ୍ ଉପକରଣ, ଉନ୍ନତ ସାଇଲେନ୍ସ ପାଇପ୍‌ ଦିଆଯାଇଛି । ଏହି ୩୫୦ ସିସି ଇଞ୍ଜିନ୍‌ ଏୟାର କୁଲ୍‌, ୪ ଷ୍ଟ୍ରୋକ୍‌ ଫୁଏଲ୍‌ ଇଞ୍ଜେକ୍ଟେଡ୍‌ ଓଏଚ୍‌ସି ସିଙ୍ଗିଲ୍‌ ସିଲିଣ୍ଡର ଇଞ୍ଜିନ୍‌ ଯାହାକି ୨୦.୮ ଏଚ୍‌ପି ଏବଂ ୩୦ ଏନ୍‌ଏମ୍‌ ପାୱାର ଉତ୍ପନ୍ନ କରୁଛି । ଏହା ୫ ସ୍ପିଡ୍‌ ଗିଅର୍‌ ବକ୍ସ ସହିତ ଉବଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।ଏଥିରେ ଦିଆଯାଇଥିବା ପିଜିଏମ୍‌-ଏଫ୍‌ଆଇ ସିଷ୍ଟମ ଅନ୍‌ ବୋର୍ଡ ସେନ୍ସର ସର୍ବଦା କମ୍ ତେଲ ଇଞ୍ଜିନ୍‌କୁ ପଠାଇବ । ଯାହା ଦ୍ୱାରା ତେଲ କମ୍‌ ଖାଇବା ସହିତ ମାଇଲେଜ୍‌ ଭଲ ରହିବ । ତେବେ ଏହି ବାଇକ୍‌ର ଏକ୍ସ-ସୋରୁମ୍‌ ପ୍ରାଇସ୍‌ କମ୍ପାନୀ ୧.୯୬ ଲକ୍ଷ ଟଙ୍କା ରଖିଥିବା ଜଣାପଡ଼ିଛି ।

Show More
Back to top button