ଟିଭିମନୋରଞ୍ଜନ

ଆସିବ ନୂଆ ଅତିଥି କପିଳ ଶର୍ମାଙ୍କ ଘରେ

ସତ୍ୟଶିଖା (ମୁମ୍ବାଇ) ୨୦/୧୧/୨୦୨୦ : କମେଡ଼ି କିଙ୍ଗ୍ କପିଳ ଶର୍ମାଙ୍କ ପରିବାରରେ ଖୁବ୍ ଶୀଘ୍ର ଆଉ ଜଣେ ନୂଆ ଅତିଥି ଆସିବାକୁ ଯାଉଛନ୍ତି । କପିଳ ପୁଣି ଥରେ ବାପା ହେବାକୁ ଯାଉଛନ୍ତି । କପିଳଙ୍କ ପତ୍ନୀ ଦ୍ବିତୀୟ ଥର ଗର୍ଭବତୀ ଅଛନ୍ତି ଏବଂ ୨୦୨୧ ଜାନୁୟାରୀରେ ତାଙ୍କର ଡ୍ୟୁ ଡେଟ୍ ରହିଛି । ସୂଚନା ମୁତାବକ କପିଳଙ୍କ ମାଆ ମୁମ୍ବାଇ ପହଞ୍ଚି ଯାଇଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କ ବାକି ପରିବାର ମଧ୍ୟ ମୁମ୍ବାଇ ପହଞ୍ଚିଯିବ ।

କରଓ୍ବାଚୌଥ ଦିନ କପିଳଙ୍କ ବନ୍ଧୁ ଭାରତୀ ସିଂହ ଇନଷ୍ଟାଗ୍ରାମରେ ଲାଇଭ ଆସିଥିଲେ । ଲାଇଭ ଷ୍ଟ୍ରିମର ଶେଷରେ କିଛି ସମୟ ପାଇଁ ଗିନ୍ନି ଚତରଥ ମଧ୍ୟ ନଜର ଆସିଥିଲେ ଏବଂ ତାଙ୍କ ବେବି ବମ୍ଫ ନଜର ଆସିଥିଲା । ଭାରତୀ,ଗିନ୍ନି ଏବଂ ଅନ୍ୟ କେତେକ ସେଲିବ୍ରିଟି ଏକାଠି କରଓ୍ବାଚୌଥ ପାଳନ କରିଥିଲେ । ଏପରିକି ଦୀପାବଳିର ଫଟୋରେ ମଧ୍ୟ ଗିନ୍ନି ନିଜ ବେବି ବମ୍ଫ କଭର କରୁଥିବା ଦେଖାଯାଇଥିଲେ ।ଏହା କପିଳ ଏବଂ ଗିନ୍ନିଙ୍କ ଦ୍ବିତୀୟ ସନ୍ତାନ । ଉଭୟଙ୍କର ଗୋଟିଏ ଝିଅ ଯାହା ନାଁ ସେମାନେ ଅନାୟରା ରଖିଥିଲେ । ଅନାୟରା ଡିସେମ୍ବରରେ ବର୍ଷକର ହେବେ ।ଅନାୟରାଙ୍କ ଜନ୍ମ ଡିସେମ୍ବର ୧୦ତାରିଖରେ ହୋଇଥିଲା । ଏହା ବ୍ୟତୀତ ଡିସେମ୍ବର ୧୨ତାରିଖରେ କପିଳ ଶର୍ମା ଏବଂ ଗିନ୍ନି ଚତରଥ ନିଜ ଦ୍ବିତୀୟ ବିବାହ ବାର୍ଷିକୀ ସେଲିବ୍ରେଟ୍ କରିବେ ।

Show More
Back to top button