ଅପରାଧନ୍ୟୁଜ୍ରାଜ୍ୟ

ଏଏନଏମକର୍ମୀଙ୍କ ଧାରଣା ପଛରେ ମାଷ୍ଟରମାଇଣ୍ଡ ଦଲାଲ

ସତ୍ୟଶିଖା (ଭୁବନେଶ୍ୱର) ୦୭/୦୧/୨୦୨୧ : ରାଜଧାନୀରେ ଏଏନଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନକୁ ନେଇ ଏକ ବଡ଼ ଖୁଲାସା କରିଛି କମିସନରେଟ୍ ପୁଲିସ । ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ, ତାକୁ ୧୫ ହଜାର ଟଙ୍କା ଆଗୁଆ ଦେବାକୁ ପଡ଼ିବ । ତାହାର ଚାକିରି ସ୍ଥାୟୀ ହେବ । ଏହିଭଳି ଏକ ଅଡିଓ ଲାଗିଛି କ୍ୟାପିଟାଲ ପୁଲିସ ହାତରେ । ଏଥିରେ କେ ଅଶ୍ବିନୀ ଦୋରା ଓ ଭାରତୀ ପ୍ରଧାନଙ୍କ ଭିତରେ କଥାବାର୍ତ୍ତା ରହିଛି ।

ଘଟଣାରେ କ୍ୟାପିଟାଲ ଥାନା ପୁଲିସ ନିଜ ଆଡ଼ୁ ମାମଲା ରୁଜ୍ଜୁ କରି ୩ ଜଣଙ୍କୁ ଗିରଫ କରି ପୁଲିସ ତଦନ୍ତ ଜାରି ରଖିଛି । ପୁଲିସ ଗିରଫ ୩ ଜଣଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା ଜବତ କରିଛି । ତିନି ଗିରଫ ହୋଇଥିବା ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ବୋଲି ଜଣାଯାଇଛି । ଏମାନେ ହେଲେ କେ ଅଶ୍ବିନୀ ଦୋରା, ସନ୍ତୋଷ କୁମାର ସାହୁ ଓ ରାଜକିଶୋର ଆଚାରୀ । ଏଏନଏମ୍ କର୍ମୀଙ୍କୁ ଭୂତେଇ କୋଟିଏ ଟଙ୍କା ଆଦାୟ କରି ଫେରାର ପାଇଁ ବ୍ଲୁ ପ୍ରିଣ୍ଟ ତିଆରି ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଡିସିପି । ଏହା ପଛରେ ଧାରଣା ସ୍ଥଳରେ ବସିଥିବା କିଛି ନେତାଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି ।

Show More
Back to top button