

ସତ୍ୟଶିଖା ୦୯/୦୧/୨୦୨୧ : ଛତିଶଗଡର ରାଇପୁର ଜିଲ୍ଲାରେ ଗୋଦାବରୀ ପାୱାର ଇସ୍ପାତରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଜୋରରେ ଲାଗିଥିଲା ଯେ ଏକ ଅଗ୍ନିର ଏକ ବଳୟ ସୃଷ୍ଟି ହେବା ପରି ଦେଖାଯାଉଥିଲା । ଦମକଳ ଗାଡି ସେଠାରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଛନ୍ତି । ତେବେ ଏହି ଘଟଣାରେ କେହି ମୃତାହତର ଖବର ନାହିଁ । ଅଗ୍ନିକାଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଦାବରୀ ପାୱାର ଇସ୍ପାତର ଅନେକ କିଛି ନିଆଁରେ ପୋଡି ଯାଇଥିବା ଆଶଙ୍କା କରାଯାଉଛି ।