ସତ୍ୟଶିଖା( ଭୁବନେଶ୍ୱର )୧୪.୦୫.୨୦୨୨ : ଆସନ୍ତା ବୁଦ୍ଧ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ୧୬ ଏବଂ ୩୦ ତାରିଖ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତବର୍ଷ ୭୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ବେଳେ ୩୦ ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି। ୧୦୦ ପ୍ରତିଶତ ସ୍କୁଲ ଉପସ୍ଥାନ ସଂଖ୍ୟା ରଖିବାକୁ ଗଣଶିକ୍ଷା ବିଭାଗର ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଏ ବାବଦରେ ଧ୍ୟାନ ଦେବା ସହ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ସହ ଯୋଗାଯୋଗରେ ରହିବେ। ଗାଁର ସରପଞ୍ଚ, ଏସେଏଚଜିର ମହିଳାମାନଙ୍କ ସହ ଆଲୋଚନା କରି କେଉଁ ଗାଁରେ କେତେ ଛାତ୍ର ଛାତ୍ରୀ ସ୍କୁଲ ଆସୁନାହାନ୍ତି ତାର ତଦାରଖ ରଖିବେ। ଆସନ୍ତା ସେସନରେ ସବୁ ପିଲା କେମିତି ଉପସ୍ଥିତ ରହିବେ ତା ଉପରେ ଧ୍ୟାନ ଦିଆଯିବ। ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀ ପ୍ରସଙ୍ଗରେ ସ୍କୁଲ ୱାରି ରିପୋର୍ଟ ମଗାଯାଇଛି। ଏଥିପାଇଁ ୧୦ ଦିନ ସମୟ ଦିଆଯାଇଛି। ବର୍ତ୍ତମାନ ରିପୋର୍ଟ ଆସିବା ଆରମ୍ଭ ହୋଇଛି , କିଛି ସମୟ ଲାଗିବ ତଥ୍ୟ ଆସିବାକୁ। ଆସିଲା ପରେ ବାସ୍ତବ କାରଣ ଜଣାପଡିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ନେଇ ନିଜର ମତ ରଖିଛନ୍ତି।
ବୁଦ୍ଧପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ୧୬ ଏବଂ ୩୦ ତାରିଖରେ ସ୍କୁଲ ଛୁଟି ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
