ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୧୦/୨୦୨୦ : ଦେଶବ୍ୟାପୀ ଉତ୍ସବର ମାହୋଲ । ଏହାକୁ ଦୃଷ୍ଟିରେ ରଖି କାର୍ ନିର୍ମାତାମାନେ ନିଜ ନିଜ ଉତ୍ପାଦ ଉପରେ ରିହାତି ଅଫର ଦେଉଛନ୍ତି । ଏମିତିରେ ଭାରତତର ଏକ ନମ୍ବର ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ବଛା ବଛା କାର୍ ଉପରେ ରିହାତି ଦେଉଥିବା ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା କମ୍ପାନୀ କେଉଁ କାର୍ ରେ କେତେ ରିହାତି ମିଳୁଛି । କମ୍ପାନୀ କିଛି ଦିନ ପୂର୍ବରୁ ଏହି କାରର ପ୍ଲାଷ୍ଟିକ ଭର୍ସନ ଲଞ୍ଚ୍ କରିଥିଲା । ଏହି ମାସରେ ଯଦି ଆପଣ ପ୍ରି-ଫେସଲିଫ୍ଟ ଭର୍ସନ କ୍ରୟ କରୁଛନ୍ତି ତେବେ ୫୭୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ୍ ପାଇପାରିବେ । ସେହିଭଳି ଫିସଲିଫ୍ଟ ଭର୍ସନରେ ଆପଣ ୪୨,୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ୍ ପାଇପାରିବେ । ଏଇ ନିକଟରେ କମ୍ପାନୀ ଏଥିରେ ଏକ ଛୋଟ ପରିବର୍ତ୍ତନ କରିଛି । ଏବେ ଏହା ମଧ୍ୟ ବିଏସ୬ ଇଞ୍ଜିନରେ ଉପଲବ୍ଧ ଅଛି । କମ୍ପାନୀ ଏହାର ଡିଜେଲ ଇଞ୍ଜିନ ଭାରିଏଣ୍ଟକୁ ବନ୍ଦ କରିଦଇଛି । ମାରୁତିର ଏହି କାର୍ ଉପରେ ଅକ୍ଟୋବର ୨୦୨୦ରେ ୫୯,୨୦୦ ଟଙ୍କା ରିହାତି ଦେଉଛି । ସେହିଭଳି ଏହି କାର୍ ର ଟପ୍ ଟ୍ରିମ୍ କ୍ରୟ ଉପରେ ୪୯,୨୦୦ ଟଙ୍କାର ରିହାତି ମିଳୁଛି ।
ମାରୁତିର ଦୀପାବଳି ଧମାକା !
