OSRTC ବସରେ ଚାଲିଥିଲା ଗଞ୍ଜେଇ ଚାଲାଣ l

ସତ୍ୟଶିଖା :୨୯/୦୪/୨୦୨୫: ରାତିଅଧିଆ ଚଢାଉ ବେଳେ ଜବତ ହେଲା ଗଞ୍ଜେଇ। ବୌଦ୍ଧ ସହରର ମେଡିକାଲ ଛକରେ ପୋଲିସ ଚଢ଼ାଉ କରି ବସ୍ ତନଖି ପରେ ୪ ଟି କପଡ଼ା ବ୍ୟାଗ୍ ରେ ବାହାରିଲା ଗଞ୍ଜେଇ। ବସ୍ ଷ୍ଟାଫ୍ ସମେତ ସନ୍ଦିଗ୍ଧଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ।

ଖବର ଅନୁଯାୟୀ, OSRTC ବସଟି ବ୍ରହ୍ମପୁରରୁ ଝାରସୁଗୁଡ଼ା ଯାଉଥିବା ଜଣାପଡ଼ିଛି। ବସରେ ଫୁଲବାଣୀ ରୁ ବୌଦ୍ଧ ଦେଇ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ SDPO କୌଣସି ସୂତ୍ରରୁ ଖବର ପାଇ ରାତି ଅଧିଆ ମେଡିକାଲ ଛକ ରେ ଚଢାଉ କରିଥିଲେ । OSRTC ବସ୍ କୁ ଅଟକାଇ ତନଖି କରିଥିବା ବେଳେ ବସ୍ ରୁ ୪ ଟି କପଡ଼ା ବ୍ୟାଗ୍ ରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ବ୍ୟାଗ୍ ଗୁଡିକରେ ଛୋଟ ଛୋଟ ପ୍ୟାକେଟ କରି ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ସରକାରୀ ବସ୍ ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବସ୍ ଷ୍ଟାଫ୍ ଙ୍କ ମଧ୍ୟ ଏହି ଗଞ୍ଜେଇ ଚାଲାଣ ରେ ସଂପୃକ୍ତ ରହିଥିବା ସନ୍ଦେହ କରାଯାଉଛି।

Exit mobile version