ନ୍ୟୁଜ୍

ମାତିଲେ ମାଓବାଦୀ । ବିଳମ୍ୱିତ ରାତିରେ ୩ ଜଣଙ୍କୁ ହତ୍ୟା କଲେ ଲାଲ୍‌ବାହିନୀ ।

ସତ୍ୟଶିଖା :୧୮/୦୬/୨୦୨୫:ପୋଲିସ ଇନଫର୍ମର କହି ନିର୍ମମ ଭାବେ ପିଟି ପିଟି ହତ୍ୟା କଲେ ମାଓବାଦୀ।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ଅନ୍ତର୍ଗତ ପେଦାକରେମ ଗାଁରେ ଘଟିଛି ଅଘଟଣ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପରିବାର ଲୋକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଗାଁରେ ୧୦ରୁ ଅଧିକ ଲୋକଙ୍କୁ ଅପହରଣ କରିବା ସହ କିଛି ଜଣଙ୍କୁ ହତ୍ୟା କରିଛନ୍ତି ।

ସୂଚନା ଥାଉକି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ପରେ ଅନେକ ମିଲିସିଆ ଓ ମାଓବାଦୀ ସଂଗଠନ ସଦସ୍ୟ ମାନେ ଆତ୍ମସମର୍ପଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କିଛି ମାଓବାଦୀ ଆତ୍ମସମର୍ପଣ କରିଥିଲେ । ତେବେ କିଛି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଟାର୍ଗେଟ କରିଥିଲେ ମାଓବାଦୀ । ଯାହାକୁ ନେଇ ସେମାନେ ରକ୍ତମୁଖା ହୋଇ ଗୋଟିଏ ପରେ ଗୋଟିଏ ଅଘଟଣ କରିଚାଲିଛନ୍ତି ।

Show More
Back to top button