ଅପରାଧନ୍ୟୁଜ୍ରାଜ୍ୟ

ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ

ସତ୍ୟଶିଖା(ମାଲକାନଗିରି )୧୦.୧୧ .୨୦୨୧:  ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି।  ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ । ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ଟେଟମ ଗାଁରେ ପୁଲିସ ଇନଫର୍ମର ସନ୍ଦେହ କରି ସରପଞ୍ଚର ପୁଅକୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କଲେ ମାଓବାଦୀ। ମୃତକ ଜଣଙ୍କ ନାଁ ଉମେଶ ମରକମ। ସେ ପୁଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଥିଲେ ବୋଲି କଟେକଲ୍ୟାଣ ଏରିଆ କମ୍ମିଟ୍ଟୀ ମାଓ ସଙ୍ଗଠନ ଏଭଳି ହିଂସାକାଣ୍ଡ ଘଟାଇଥିବା ଦନ୍ତେୱାଡା ଏସପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି ।

Show More
Back to top button