ଜୀବନମନ୍ତ୍ର

ଜୀବନ ସହ ଜଡିତ ଅନେକ ସମସ୍ୟାର ସମାଧାନ ହେଲା ହଳଦୀ l

ସତ୍ୟଶିଖା ( ଭୁବନେଶ୍ୱର )୨୦ /୧୧/୨୦୨୦ : ଭାରତୀୟ ବ୍ୟଞ୍ଜନରେ ହଳଦୀର ମୁଖ୍ୟ ଭୂମିକା ରହିଛି । ଭାରତୀୟ ମସଲାରେ ହଳଦୀର ଅନେକ ମହତ୍ତ୍ୱ ରହିଛି । ହଳଦୀ ବିନା ଯେକୌଣସି ବ୍ୟଞ୍ଜନ ଅଧୁରା । ଏହା ବ୍ୟଞ୍ଜନର ରଙ୍ଗ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର। ହଳଦୀର ଅନେକ ସ୍ୱାସ୍ଥ୍ୟଗତ ଗୁଣ ରହିଛି । ହଳଦୀ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ହଳଦୀର ଅନେକ ମହତ୍ତ୍ୱ ରହିଛି । ହଳଦୀ କେବଳ ଏକ ମସଲା ନୁହେଁ ବରଂ ଗ୍ରହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର କରିଥାଏ । ଏହା ଆର୍ଥିକ ସମସ୍ୟା ମଧ୍ୟ ଦୂର କରିଥାଏ ।

ଜାଣନ୍ତୁ ହଳଦୀ ସମ୍ବନ୍ଧୀୟ କିଛି ବିଶେଷ ଜ୍ୟୋତିଷ ଉପାୟ :

୧. ପ୍ରତି ଗୁରୁବାର ଦିନ ଘରେ ହଳଦୀ ପାଣି ଛିଞ୍ଚନ୍ତୁ । ଏହିଭଳି କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

୨. ଯଦି କୌଣସି ଜରୁରୀ କାମ ପାଇଁ ବାହାରକୁ ଯାଉଛନ୍ତି ତାହେଲେ ହଳଦୀର ତିଳକ ଲଗାଇ ଘରୁ ଯାଆନ୍ତୁ । ଏହା ଶୁଭ ବୋଲି କୁହାଯାଏ । ହଳଦୀ ତିଳକ ଲଗାଇ ଗଲେ ସବୁ କାର୍ଯ୍ୟ ସିଦ୍ଧି ହୋଇଥାଏ ବୋଲି କୁହାଯାଏ ।

୩. ଘରର ଚାରିପଟେ ହଳଦୀରେ ରେଖା ଟାଣି ଦିଅନ୍ତୁ । ଜ୍ୟୋତିଷଶାସ୍ତ୍ରରେ ଏହାକୁ ବହୁତ ଶୁଭ ବୋଲି କୁହାଯାଏ । ଏହିଭଳି କଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେନାହିଁ ଓ ଘରେ ଥିବା ସକାରାତ୍ମକ ଶକ୍ତି ବଜାୟ ରହେ ।

୪. ଯଦି କେହି ବ୍ୟକ୍ତି ମାନସିକ ସ୍ଥରରେ ଚିନ୍ତିତ ଥାଆନ୍ତି କିମ୍ବା ଅବସାଦଗ୍ରସ୍ତ ଥାଆନ୍ତି ତାହେଲେ ତାଙ୍କୁ ପ୍ରତିଦିନ ହଳଦୀ ପାଣିରେ ସ୍ନାନ କରିବା ଉଚିତ । ଏହାଦ୍ୱାରା ବ୍ୟକ୍ତି ଉର୍ଜାବାନ ଅନୁଭବ କରେ ବୋଲି କୁହାଯାଏ ଏବଂ ସବୁ ପ୍ରକାର ଖରାପ ଚିନ୍ତାରୁ ମଧ୍ୟ ମୁକ୍ତ ହୋଇଥାଏ ।

୫. ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହ ଦୁର୍ବଳ ସ୍ଥିତିରେ ଥାଆନ୍ତି ତାହେଲେ ଆପଣ ବୃହସ୍ପତିଙ୍କୁ ମଜବୁତ କରିବାକୁ ଚାହୁଁଥାନ୍ତି ତାହେଲେ ପ୍ରତିଦିନ ପୂଜା ସମୟରେ ମଣିବନ୍ଧ କିମ୍ବା ବେକରେ ହଳଦୀ ଟୀକା ଲଗାଇବା ଉଚିତ । ଏହାଦ୍ୱାରା ଗୁରୁ ଗ୍ରହ ମଜବୁତ ହୋଇଥାଏ ।

୬. ହଳଦୀ କେବଳ ଉପଯୋଗ ପାଇଁ ନୁହେଁ ବରଂ ଦାନ ପାଇଁ ମଧ୍ୟ ଶୁଭ ହୋଇଥାଏ । ହଳଦୀ ଦାନ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ ।

୭. ଯଦି ରାତିରେ ଶୋଇବା ସମୟରେ ଖରାପ ସ୍ଵପ୍ନ ଆସୁଥାଏ ତାହେଲେ ଗଣ୍ଠି ହଳଦୀରେ ନାଲି ପୂଜା ସୁତା ବାନ୍ଧି ରାତିରେ ଶୋଇବାବେଳେ ମୁଣ୍ଡ ପାଖରେ ରଖି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଆଉ ଖରାପ ସ୍ଵପ୍ନ ଆସିବନି ।

Show More
Back to top button