ଦେଶନ୍ୟୁଜ୍ବିଦେଶରାଜ୍ୟସ୍ପେଶାଲ୍ ରିପୋର୍ଟ

ବର୍ଷକୁ ୨ହଜାରରୁ ଅଧିକ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି

ସତ୍ୟଶିଖା (ନୂଆଦିଲ୍ଲୀ) ୨/୧୧/୨୦୨୦ : ଦେଶରେ ଅଧିକାଂଶ ଲୋକ ଶିଶୁ ପୁତ୍ର ତୁଳନାରେ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଦେଶରେ ଚଳିତ ବର୍ଷ ମୋଟ୍ ୩୫୩୧ ଶୁଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୬୧ ଶିଶୁ କନ୍ୟା ରହିଛନ୍ତି । ସଂଖ୍ୟା ଅନୁସାରେ ମହାରାଷ୍ଟ୍ରରେ ସବୁଠୁ ଅଧିକ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । ଚାଇଲ୍ଡ ଆଡପସନ୍ ରିସୋର୍ସ ଅଥୋରିଟି (CARA) ର ଆକଳନ ଅନୁସାରେ ୧ ଅପ୍ରେଲ ୨୦୧୯ରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ୧୪୭୦ ଶିଶୁ ପୁତ୍ର ଏବଂ ୨୦୬୧ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି ।ଦେଶବ୍ୟାପୀ ଶିଶୁ ପୁତ୍ରକୁ ପ୍ରାଥମିକତା ଦେବାର ଚଳନି ପରିପ୍ରେକ୍ଷୀରେ ଜଣେ ଅଧିକାରୀ କହିଛନ୍ତି ଯେ, ଏବେ ଲୋକଙ୍କ ମାନସିକତା ଧିରେ ଧିରେ ପରିବର୍ତ୍ତନ ହେବାରେ ଲାଗିଛି । ଏବେ ଅଧିକାଂଶ ଲୋକ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ସେ କହିଛନ୍ତି ଯେ, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ଲୋକଙ୍କୁ ଦୁଇଟି ବିକଳ୍ପ ଦିଆଯାଇଥାଏ । ସେମାନେ ଶିଶୁ ପୁତ୍ର ଏବଂ ଶିଶୁ କନ୍ୟା ଭିତରୁ ଜଣଙ୍କୁ ବାଛିବେ ଅଥବା ସେମାନେ କାହାରିକୁ ପ୍ରାଥମିକତା ଦେବେ ନାହିଁ । ଅଧିକାଂଶ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ରୁଚି ଦେଖାଉଛନ୍ତି । ମାତ୍ର କିଛି ସାମାଜିକ କର୍ମୀ କହିଛନ୍ତି ଯେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଶିଶୁ କନ୍ୟାଙ୍କ ସଂଖ୍ୟା ଅଧିକ ରହିଛି ।ସେଣ୍ଟର ଫର୍ ଆଡଭୋକେସି ଆଣ୍ଡ୍ ରିସର୍ଚ୍ଚର କାର୍ଯ୍ୟକାରୀ ନିର୍ଦ୍ଦେଶକ କହିଛନ୍ତି ଯେ, କୌଣସି ପୋଷ୍ୟ ସନ୍ତାନ ଗ୍ରହଣ କରାଯାଉଥିବା ସଂସ୍ଥାରେ ଆପଣ ଅଧିକାଂଶ ଶିଶୁ କନ୍ୟାଙ୍କୁ ଦେଖିବାକୁ ପାଇବେ । ଏଥିପାଇଁ ଏହାକୁ ପ୍ରଗତିଶୀଳ ମାନସିକତା ଭାବିବା ଭୁଲ ଅଟେ । ସମସ୍ୟାର କିଛି ସରଳୀକରଣ କରିବା ଉଚିତ୍ । ସେ କହିଛନ୍ତି ଯେ, କିଛି ପରିବାରରେ ଶୁଶୁ ପୁତ୍ରଙ୍କୁ ହିଁ ପ୍ରାଥମିକତା ଦିଆଯାଇଥାଏ । ଏପରିକି ଗର୍ଭରେ ଶିଶୁର ଲିଙ୍ଗ ନିରୂପଣ କରାଯାଇଥାଏ । ଗର୍ଭରେ କନ୍ୟା ସନ୍ତାନ ଥିଲେ ଗର୍ଭପାତ ମଧ୍ୟ କରାଇଦିଆଯାଏ । ଏତିମି ଅନେକ ଲୋକ ଅଛନ୍ତି ଶିଶୁ କନ୍ୟା ଜନ୍ମ ହେବା ପରେ ତାକୁ ପରିତ୍ୟାଗ ମଧ୍ୟ କରିଥାନ୍ତି ।ସଂଖ୍ୟା ଅନୁସାର ଗତ ବର୍ଷ ଅପ୍ରେଲରୁ ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ୦-୫ ବର୍ଷ ବୟସର ୩୧୨୦ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । ୫-୧୮ ବର୍ଷ ବୟସର ୪୧୧ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୬୧୫ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । ଏହା ବ୍ୟତୀତ କର୍ଣ୍ଣାଟକରେ ୨୭୨, ତାମିଲନାଡୁରେ ୨୭୧, ଉତ୍ତରପ୍ରଦେଶରେ ୨୬୧ ଏବଂ ଓଡିଶାରେ ୨୫୧ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି ।

Show More
Back to top button