ବିଦେଶ

ନୌସେନାର ଅଭ୍ୟାସ ବେଳେ ମିଜାଇଲ ମାଡ଼, ୧୯ ସୈନ୍ୟ ମୃତ

ତେହେରାନ: ଶତ୍ରୁପକ୍ଷକୁ ମାତ ଦେବା ପାଇଁ ଗଲ୍ଫ ୱାଟରରେ ସମରାଭ୍ୟାସ କରୁଥିବା ଇରାନର ସୈନ୍ୟମାନଙ୍କ ସହ ବଡ଼ ଅଘଟଣ ଘଟିଛି। ନିଜ ତରଫରୁ ମାଡ଼ କରାଯାଇଥିବା ମିଜାଇଲରେ ଇରାନର ଏକ ଯୁଦ୍ଧ ଜାହାଜ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ମିଜାଇଲ ମାଡ଼ରେ ୧୯ ଜଣ ସୈନ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି।

କ୍ଷତିଗ୍ରସ୍ତ ହୋଇଥିବା କୋନାରକ ଜାହାଜ ଇରାନର ଦକ୍ଷିଣ ସମୁଦ୍ର ଉପକୂଳ ବାନ୍ଦ୍ରେ-ଇ-ଜାସ୍କ ନିକଟରେ ଥିବା ବେଳେ ଏଭଳି ମିଜାଇଲ ମାଡ଼ର ଶିକାର ହୋଇଛି। ଯୁଦ୍ଧ ଜାହାଜ ନିଜ ଲକ୍ଷ୍ୟ ସ୍ଥଳକୁ ଟାର୍ଗେଟ କରି ମିଜାଇଲ ମାଡ଼ର ଅଭ୍ୟାସ କରୁଥିଲା। ହେଲେ ଭୁଲବଶତଃ ଲକ୍ଷ୍ୟ ସ୍ଥଳରୁ ଉପଯୁକ୍ତ ଦୂରତା ଅବଲମ୍ବନ କରିପାରି ନଥିଲା। ଫଳରେ ମଜାଇଲ ମାଡ଼ରେ ଜାହାଜଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲେ।

ଆହୁରି ପଢ଼ନ୍ତୁ

ମିସାଇଲ ମାଡ଼ରେ ୧୯ ଜଣ କ୍ରୁ ସଦସ୍ୟ ପ୍ରାଣ ହରାଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଇରାନ ଟିଭି ଚ୍ୟାନେଲ ଏଭଳି କଥା କହିଥିବା ବେଳେ ଆଉ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଇରାନର ଅନ୍ୟ ଏକ ଜାହାଜ ମାଡ଼ କରିଥିବା ମିଜାଇଲ ଯୋଗୁ କୋନାରକ ଜାହାଜ ଏତେବଡ଼ କ୍ଷତି ସହିଛି।

ତେବେ ଏନେଇ ସରକାରଙ୍କ ପକ୍ଷରୁ କିଛି ବି କୁହାଯାଇ ନାହିଁ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କୋନାରକ ଜାହାଜ ମିସାଇଲ ମାଡ଼ର ଶିକାର ହୋଇଛି ଓ ୧୯ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି।

[ad_2]
Show More
Back to top button