ନ୍ୟୁଜ୍ରାଜ୍ୟ

ମନୀଷ ଅନୁରାଗ ହତ୍ୟା ମାମଲା । ତମାଣ୍ଡୋ ଥାନା ଆଇଆଇସିଙ୍କ ବଦଳି

ସତ୍ୟଶିଖା ( ଭୁବନେଶ୍ୱର )୨୨/୧୦ /୨୦୨୧: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ତମାଣ୍ଡୋ ଥାନା ଅଧିକାରୀ ପି.କେ. ପଟ୍ଟନାୟକ । କମିଶନରେଟ୍ ପୋଲିସ କାର୍ଯ୍ୟାଳୟକୁ ପି.କେ. ପଟ୍ଟନାୟକଙ୍କୁ ପଠାଇ ଦିଆଯାଇଛି । ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ଶୁଭ୍ରାଂଶୁ ଜେନା ତମାଣ୍ଡୋ ଥାନାର ଦାୟିତ୍ବ ତୁଲାଇବେ । ଶୁଭ୍ରାଂଶୁଙ୍କୁ ଦାୟିତ୍ବ ପ୍ରଦାନ କରିବା ପାଇଁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ମନୀଷ ମୃତ୍ୟୁ ମାମଲାରେ ସାଉଥ୍ ସିଟି ବାର୍ ଉପରେ ଚଢାଉ କରାଯାଇଛି । ବାର୍ ଭିତରୁ ବିପୁଳ ପରିମାଣର ମଦ ଜବତ କରାଯାଇଛି ।  ବାର୍ ର ଲାଇସେନ୍ସ ୨୦୨୧ ମସିହା ମାର୍ଚ୍ଚ ୩୦ ତାରିଖରୁ ଶେଷ ହୋଇଯାଇଥିଲା ।  ବିନା ଲାଇସେନ୍ସରେ ବାରଟି ଚୋରାରେ ଚାଲିଥିଲା । କୋଭିଡ୍ ନିୟମ ଉଲ୍ଲଂଘନ କରି ବେଆଇନ୍ ଭାବେ ଏହା ଚାଲୁଥିବା ନେଇ ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତା ସହିତ ଏହି ମାମଲାରେ କନେଷ୍ଟବଳ ପ୍ରସନ୍ନ ବେହେରା ଓ ହୋଟେଲ ମାଲିକଙ୍କୁ ପୋଲିସ ଅଟକ ରଖିଥିବା କୁହାଯାଇଛି ।

Show More
Back to top button