ସତ୍ୟଶିଖା (ମୁମ୍ବାଇ) ୨୨/୧୦/୨୦୨୦ : ୨୦୨୦ କେବଳ ଅଭିନେତ୍ରୀ କଙ୍ଗନା ରଣଓ୍ବତଙ୍କ ବିବାଦୀୟ ବୟାନ ପାଇଁ ନୁହେଁ,ବରଂ ତାଙ୍କ ବିରୋଧରେ ହେଉଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମନେ ରଖାଯିବ । ଚାଷୀଙ୍କ ଅପମାନ କରିବା ଯୋଗୁଁ FIR ର ଦୁଃଖ ଭୋଗୁଥିବା କଙ୍ଗନାଙ୍କ ବିରୋଧରେ ଧାର୍ମିକ ଭାବନାକୁ କୁଠାରଘାତ କରିବା ଯୋଗୁଁ ଆଉ ଏକ ମାମଲା ରୁଜୁ ହୋଇଯାଇଛି । ଏହି ମାମଲାରେ ମୁମ୍ବାଇ ପୋଲିସ୍ କଙ୍ଗନା ରଣଓ୍ବତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ସମନ ପଠାଇଛି । ଉଭୟଙ୍କୁ ଆଗାମୀ ସପ୍ତାହରେ ଯାଞ୍ଚରେ ସାମିଲ ହେବା ପାଇଁ କୁହାଯାଇଛି ।