ରୂପସଜ୍ଜା

କାନରେ ପିନ୍ଧାଯାଏ ମଙ୍ଗଳସୂତ୍ର

ସତ୍ୟଶିଖା( ନୂଆଦିଲ୍ଲୀ )୨୭.୧୦.୨୦୨୨:  କାଶ୍ମୀର ପଣ୍ଡିତ ପରିବାରରେ ବିବାହତ ମହିଳାମାନେ କାନରେ ମଙ୍ଗଳସୂତ୍ର ପିନ୍ଧିଥାନ୍ତି । ଆଜିକାଲି ବିଭିନ୍ନ ଡିଜାଇନରେ ମଙ୍ଗଳସୂତ୍ର ବଜାରରେ ମିଳୁଛି । କାନ ମଙ୍ଗଳସୂତ୍ର  ଅନ୍ୟ ସବୁ ଡିଜାଇନଠାରୁ  ଅଲଗା ।  କାଶ୍ମୀରରେ ଏହି କାନ ମଙ୍ଗଳସୂତ୍ରକୁ ଦେଝୁର  ନାମରେ ଜଣା ଯାଏ ।  ଲମ୍ବା ସୁନା ଚେନରେ ମଝି ପାକେ ଛୋଟ  ପଦକରେ ଶିବ- ପାର୍ବତୀ ଚିତ୍ର ଥାଏ । ବୈବାହିକ  ଜୀବନ ଶିବ- ପାର୍ବତୀଙ୍କ ଭଳି ଅତିବାହିତ  ହେଉ ବୋଲି ଡିଜାଇନ ସେହିପରି କରାଯାଇଛି । ଶ୍ୱଶୁର ଘରୁ କନ୍ୟାକୁ  ଦେଝୁର  ଉପହାର ମିଳେ ।

କାଶ୍ମୀର ପରମ୍ପରା ଅନୁସାରେ ବିବାହିତ ମହିଳା ଦେଝୁର ମଙ୍ଗଳସୂତ୍ରକୁ କାନରୁ  କେବେହେଲେ ବାହାର କରିବା ଉଚିତ ନୁହେଁ । ଶୁଭ ପର୍ବପର୍ବାଣି  ଅବସରରେ ସେଠିକା  ମହିଳାମାନେ  ପୁରୁଣା ଦେଝୁର ପିନ୍ଧିବା ନିୟମ ରହିଛି । ଆଜିକାଲି କେତୋଟି ହାତ ଗଣତି କାଶ୍ମୀର ପରିବାର ଏହି କାନ ପିନ୍ଧା ମଙ୍ଗଳସୂତ୍ର ନିୟମକୁ  ପାଳନ କରୁଥିବାର ଦେଖାଯାଏ ।

Show More
Back to top button