ମେ’ ୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା

ସତ୍ୟଶିଖା( କୋଲକାତା) ୦୪ .୦୫.୨୦୨୧:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ବିପୁଳ ଭୋଟରେ ବିଜୟ ହାସଲ କରିଛି। ଗତକାଲି ଫଳାଫଳ ଆସିବା ପରେ ମେ’ ୫ରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଆଜି ଟିଏମସି ବୈଠକରେ ସର୍ବସମ୍ମତିକ୍ରମେ ମମତା ବାନାର୍ଜୀ ହୋଇଛନ୍ତି ବିଧାୟକ ଦଳର ନେତା। ଏହି ଅବସରରେ ମମତା ବାନାର୍ଜୀ କହିଛନ୍ତି ଆମେ ଏକ ସରଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ କରିବୁ। ଦେଶ କରୋନା ଯୁଦ୍ଧରେ ଜିତିବା ପର୍ଯ୍ୟନ୍ତ କୌଣସି ପ୍ରକାରର ଶୋଭାଯାତ୍ରା କରିବୁ ନାହିଁ।

Exit mobile version