ମମତା ବାନାର୍ଜୀ କହିଲେ, ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପୁଛି କରୋନା ଭାଇରସ l

ସତ୍ୟଶିଖା (କଲିକତା) ୦୮.୧୦.୨୦୨୦ : ପଶ୍ଚିମ ବଙ୍ଗରେ କରୋନା ମାମଲା ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଏକ ନୂଆ ଦାବି କରିଛନ୍ତି । ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ ଯୋଗୁ ସଂକ୍ରମଣ ବ୍ୟାପୁଥିବା ସେ ଦାବି କରିଛନ୍ତି । ଝାରଗ୍ରାମରୁ କୋଭିଡ-୧୯ ମାମଲା ବୃଦ୍ଧି ପାଇବାରୁ ମମତା ଏଭଳି ଆକଳନ କରିଛନ୍ତି ।ସଂକ୍ରମଣ କେଉଁ ମାଧ୍ୟମରେ ଆସୁଛି ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ତେବେ ଏ ନେଇ ଟ୍ରକ ଟାୟରକୁ ଫରେନସିକ ତଦନ୍ତ କରାଯିବା ଆବଶ୍ୟକ ବୋଲି କହିଛନ୍ତି । କାରଣ ଏହା ଦ୍ୱାରା ସୁନିଶ୍ଚିତ ହେବା ଯେ ଟାୟର ସଂକ୍ରମିତ ନୁହନ୍ତି । ମମତା କହିଛନ୍ତି ଝାରଗ୍ରାମ ସୀମା ଝାଡଖଣ୍ଡକୁ ଲାଗି ରହିଛି । ମୁମ୍ବାଇ, ଚେନ୍ନାଇ ଓ ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ ଏହି ବାଟ ଦେଇ ଯାଏ । ଟୋଲ ପ୍ଲାଜା ଅତିକ୍ରମ କରୁଥିବା କିଛି ଟ୍ରକକୁ ଫରେନସିକ ଯାଞ୍ଚ କରାଯାଇପାରେ । ହୁଏତ ଏଥିରୁ ଜଣାପଡ଼ି ଯିବ ସଂକ୍ରମଣ ବ୍ୟାପୁଛି କି ନାହିଁ ।
ଭାଇରସ ଡ୍ରେସ ବା ବ୍ୟାଗରୁ ବ୍ୟାପୁଛି ସେ ନେଇ କିଛି ଠୋସ ପ୍ରମାଣ ଏ ଯାଏ ମିଳିନାହିଁ । ତେବେ କୋଭିଡ-୧୯ ପବନରେ ବ୍ୟାପୁଥିବା ମମତା କହିଛନ୍ତି । ଏହାକୁ ରୋକିବା ପାଇଁ କେବଳ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇପାରିବ । ଏହା ସହ ସେ କହିଛନ୍ତି ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ ଚାଳକଙ୍କୁ ସାଙ୍ଗରେ ଖାଇବା ନେଇ ଆସିବା କଥା । ଟ୍ରକ ଚାଳକ ଢ଼ାବରେ ବସି ଖାଇବା ଦ୍ୱାରା ଭାଇରସ ବ୍ୟାପିପାରେ ବୋଲି ମମତା କହିଛନ୍ତି ।