ଜୀବନମନ୍ତ୍ରରାଜ୍ୟସ୍ୱାସ୍ଥ୍ୟ
ଚୋରା ଚାଲାଣ ବେଳେ ବିପୁଳ ପରିମାଣର କଫ୍ ସିରପ୍ ଜବତ, ଜଣେ ଗିରଫ l

ସତ୍ୟଶିକ୍ଷା (ଅନୁଗୋଳ) ୨୩.୦୯.୨୦୨୦ : ଅନୁଗୋଳ କଣିହାଁରୁ ବିପୁଳ ପରିମାଣର କଫ୍ ସିରପ୍ ଜବତ ହୋଇଛି । ୩୨୦ ବୋତଲ ଏସକଫ୍ ସିରପ୍ ଏକ କାରରେ ଚାଲାଣ ହେଉଥିବା ବେଳେ ଜବତ କରିଛି କଣିହାଁ ପୋଲିସ । ଏହା ସହିତ କାରକୁ ମଧ୍ୟ ଜବତ କରିଛି ପୋଲିସ । ଏହି ଘଟଣାରେ ଟୋଲକବଡା ଗାଁର ବିଛନ୍ଦ ଚରଣ ସାହୁକୁ ଗିରଫ କରିଛି ପୋଲିସ । ଏତେ ପରିମାଣର କଫ୍ ସିରପ୍ ବେଆଇନ ଭାବେ ନେଉଥିବା ତଦନ୍ତରୁ ଜଣା ପଡିଛି ।ଖବର ପାଇ ପୋଲିସ କାରଟିକୁ ପିଛା କରିଥିଲା । ପରେ କଣିହାଁରେ କାରଟିକୁ ଧରିଥିଲା । ଏହି କଫ୍ ସିରପ୍ କେଉଁ ସ୍ଥାନରୁ ଆସିଥିଲା ଏବଂ ଆଉ କିଏ କିଏ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ଼ କରୁଛି ପୋଲିସ । ପୋଲିସ ଏକ ମାମଲା ରୁଜୁ କରି ବିଛନ୍ଦ ଚରଣ ସାହୁକୁ କୋର୍ଟ ଚାଲାଣ କରିଛି ।