ମାଲକାନଗିରି-ଛତିଶଗଡ ରାସ୍ତା ସିଲ୍ : ୩୦ ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ

ସତ୍ୟଶିଖା( ମାଲକାନଗିରି ) ୧୪.୦୪.୨୦୨୧: ଛତିଶଗଡରେ କରୋନା ସଂକ୍ରମଣ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ସୀମାନ୍ତ ବସ୍ତର ଜିଲ୍ଲାରେ ଆଜିଠାରୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଫଳରେ ଅଧିକାଂଶ ଲୋକେ ଓଡିଶା ମୁହାଁ ହୋଇଛନ୍ତି। ସେଥିପାଇଁ ମାଲକାନଗିରି-ଛତିଶଗଡ ସମସ୍ତ ସଂଯୋଗ ରାସ୍ତାକୁ ମାଲକାନଗିରି ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ସେହିପରି ଛତିଶଗଡରୁ ମାଲକାନଗିରି କୌଣସି ବସ୍ ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ଆସି ପାରିବ ନାହିଁ। ଏହି କଟକଣା ଲଗାଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ। ଛତିଶଗଡରୁ ମାଲକାନଗିରି ଫେରୁଥିବା ଲୋକଙ୍କୁ ୭ଦିନ ହୋମ୍ କ୍ଵାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି। ଏହାଛଡା ମାଲକାନଗିରି ଜିଲ୍ଲାରୁ କେହି ବିନା କାରଣରେ ଛତିଶଗଡକୁ ଯାଇପାରିବେ ନାହିଁ। ସୁକୁମା-ମାଲକାନଗିରି ସୀମାନ୍ତରେ ଲୋକଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ଜିଲ୍ଲା ଭିତରେ ପ୍ରବେଶ କରିବା ଲାଗି ଅନୁମତି ଦିଆଯାଉଛି।

 

Exit mobile version