

ସତ୍ୟଶିଖା ( ମାଲକାନଗିରି ) ୨୭.୦୭.୨୦୨୦ : ମାଲକାନଗିରି ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି , ଯାହାକୁ ନେଇ ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ପ୍ରତିଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଥାନାରୁ ଜଣେ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଜଣାପଡିବା ପରେ ମାଲକାନାଗିରି ଆଦର୍ଶ ଥାନାକୁ ସପ୍ତାହେ ପାଇଁ ସିଲ୍ କରାଯାଇଛି । ସିଲ୍ କରାଯିବା ପରେ ଥାନାକୁ ସାନିଟାଇଜ୍ କରାଯିବ । ଏହାସହିତ ଏକ ସପ୍ତାହ ଲାଗି ଥାନାକୁ କାହାକୁ ନଆସିବା ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସିଲ୍ ସମୟରେ ପୁରୁଣା ଥାନାରେ ବର୍ତ୍ତମାନ ଅସ୍ଥାୟୀ ଭାବେ କାର୍ଯ୍ୟ ଜାରି ରହିବ ଓ ଏହା ଏକ ସପ୍ତାହ ପାଇଁ ଚାଲିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି I