ରୋଷେଇ

ବାହାରୁ ନକଲି ନ କିଣି ଘରେ ବନାନ୍ତୁ ଟମାଟୋ ସସ୍

ସତ୍ୟଶିଖା( ଭୁବନେଶ୍ୱର )୩୦.୦୯ . ୨୦୨୨:  ଟମାଟୋ କ୍ୟାଚ୍‌ଅପ୍‌ ଖାଇବା ପାଇଁ ପିଲାମାନେ ବହୁତ ଭଲପାଆନ୍ତି । ଆଉ ଛୋଟ ପିଲା ସାଣ୍ଡଓ୍ଵିଚ ହେଉ ଅବା ମ୍ୟାଗି କିମ୍ବା ପରଟା ହେଉ ସେଥିରେ କ୍ୟାଚ୍‌ଅପ୍‌ ପକାଇ ଖାଇବାକୁ ବେଶି ଭଲପାଆନ୍ତି। ଟମାଟୋ ଦର ମାର୍କେଟରେ କମ୍‌ ରହିଥିବା ବେଳେ ଟମାଟୋ କ୍ୟାଚ୍‌ଅପ୍‌ ଦର ମଧ୍ୟ ଅଧିକ ରହିଥାଏ। ତେଣୁ ସବୁବେଳେ ବଜାରର କ୍ୟାଚଅପ୍‌ ଉପରେ ନିର୍ଭର କରି ପକେଟ ଉପରେ ମଧ୍ୟ ପ୍ରଭାବ ପଡିଥାଏ।

ଯଦି ଆପଣଙ୍କ ଘରୁ ଟମାଟୋ କ୍ୟାଚଅପ୍‌ ସରିଯାଇଥାଏ, ତେବେ ଏହାକୁ ଆପଣ ସହଜରେ ଘରେ ବନାଇପାରିବେ।ତେବେ ଏହା ପ୍ରସ୍ତୁତ କରିବା ସହଜ ଏବଂ ଏହାକୁ ଆପଣ ୩-୪ ମାସ ପର୍ଯ୍ୟନ୍ତ ଫ୍ରିଜରେ ଷ୍ଟୋର କରି ରଖିପାରିବେ। ତେବେ କେମିତି ବନାଇବେ ଆସନ୍ତୁ ଜାଣିବା…

ଆବଶ୍ୟକ ସାମଗ୍ରୀ :

ଲାଲ ଟମାଟୋ, ତୁଳସୀ ପତ୍ର, ତେଲ, ଡାଳଚିନି, ଗୁଜୁରାତି, ଲବଙ୍ଗ, ଲଙ୍କା ପାଉଡର, ଚିନି, ଲୁଣ।

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଟମାଟୋକୁ ଛୋଟ ଛୋଟ ଖଣ୍ଡରେ କାଟିଦିଅନ୍ତୁ। ତା’ ପରେ ଏହାକୁ ପ୍ରେସରକୁକରରେ ପକାଇ ସେଥିରେ ତୁଳସୀ ପତ୍ର, ଡାଳଚିନି, ଲବଙ୍ଗ, ଗୁଜୁରାତି ଏକ କପଡାରେ ବାନ୍ଧି ସେଥିରେ ପକାଇ ସିଝାଇ ଦିଅନ୍ତୁ। ଏହାକୁ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ସିଝାନ୍ତୁ।

ତା’ ପରେ କୁକୁର ଖୋଲି ଏହିସବୁ ମସଲାକୁ ବନ୍ଧା ଥିବା କପଡାକୁ କାଢିଦିଅନ୍ତୁ। ଟମାଟୋ ଥଣ୍ଡା ହେବା ପରେ ଭଲଭାବେ ପେଷ୍ଟ କରିଦିଅନ୍ତୁ। ଟମାଟୋ ଭଲଭାବେ ପେଷ୍ଟ ହୋଇଗଲା ପରେ ଏହାକୁ ଭଲଭାବେ ଛାଣିଦିଅନ୍ତୁ। ଏବେ ଗ୍ୟାସରେ କଢେଇ ବସାଇ ତେଲ ପକାନ୍ତୁ। ସେଥିରେ ଟମାଟୋ ରସ ପକାଇ ଅଳ୍ପ ଆଞ୍ଚରେ ସିଝାନ୍ତୁ। ଅଳ୍ପ ସମୟ ପରେ ସେଥିରେ ଲଙ୍କା ପାଉଡର ଚିନି, ଲୁଣ ପକାଇ ଧୀରେ ଧୀରେ ଘାଣନ୍ତୁ। ଆପଣ ଚାହିଁଲେ ଏଥିରେ ଅଳ୍ପ ଖାଇବା ରଙ୍ଗ ପକାଇପାରିବେ। ପେଷ୍ଟ ଗାଢ ହୋଇଗଲେ ଏହାକୁ ଏକ ପ୍ଲେରେ ଟେଷ୍ଟ କରିବାକୁ ଦିଅନ୍ତୁ। ପ୍ଲେଟରେ ଏହାକୁ ପକାନ୍ତୁ ଯଦି ଏହା ଗାଢ ହୋଇଥିବା ତେବେ ଅଳ୍ପ ବୋହିବ। ନଚେତ ଏହାକୁ ଆପଣ ଆଉ କିଛି ସମୟ ଫୁଟାଇବାକୁ ହେବ। ଏବେ ଏହାକୁ ଥଣ୍ଡା କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଟମାଟୋ କ୍ୟାଚଅପ୍‌। ଏହାକୁ ଆପଣ ଫ୍ରିଜରେ ୩-୪ ମାସ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ।

Show More
Back to top button