ମଲାଇ ପନିର ଘରେ ତିଆରି କରନ୍ତୁ

ସତ୍ୟଶିଖା (ଭୁବନେଶ୍ୱର ) ୧୬.୦୨.୨୦୨୩ : ଆବଶ୍ୟକ ସାମଗ୍ରୀ: ପନିର, କଟା ପିଆଜ, ଟମାଟୋ ପ୍ୟୁରି, କାଜୁ ବଟା, ଅଦା ରସୁଣ ବଟା, କସ୍ତୁରୀ ମେଥି, ଗରମ ମସଲା, ଫ୍ରେଶ୍‌ କ୍ରିମ୍‌, ଗୋଲମରିଚ ଗୁଣ୍ଡ, ଲୁଣ, ତେଲ।

ପ୍ରସ୍ତୁତି ପ୍ରଣାଳୀ: ବଜାରରୁ ପନିର ଆଣି ତାକୁ ଛୋଟ ଛୋଟ ପିସ୍‌ କରି କାଟି ଦିଅନ୍ତୁ। ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପନିରକୁ ପକାଇ ଛାଣନ୍ତୁ। ପନିର ଛାଣି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ତା’ପରେ ମଲାଇ ପନିର ମସଲା ପାଇଁ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ କଟା ପିଆଜକୁ ନାଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ ନାଲି ହୋଇଯିବା ପରେ ସେଥିରେ ଅଦା ରସୁଣ ପେଷ୍ଟ,ହଳଦି ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ମସଲାକୁ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ଟମାଟୋ ପ୍ୟୁରି ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ କାଜୁ ବଟାକୁ ପକାଇ ଅଳ୍ପ ପାଣି ଦେଇ କିଛି ସମୟ କଷନ୍ତୁ। ତା’ପରେ ଭାଜି ରଖିଥିବା ପନିରକୁ ସେଥିରେ ପକାଇ ଦିଅନ୍ତୁ।

Exit mobile version