ଖାଦ୍ୟଜୀବନମନ୍ତ୍ର

ଖରାଦିନରେ ଘରେ ବନାନ୍ତୁ କେଶର ପିସ୍ତା ଲସି

ସତ୍ୟଶିଖା (ଭୁବନେଶ୍ୱର) ୩୦.୦୩.୨୦୨୨:

ଆବଶ୍ୟକ ସାମଗ୍ରୀ: ଦହି, ପାଣି, ଚିନି, କେଶର, ପିସ୍ତା

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ପାତ୍ରରେ ଦହି ନିଅନ୍ତୁ। ତାକୁ ଭଲ ଭାବରେ ଭେଣ୍ଟନ୍ତୁ। ପରେ ସେଥିରେ ଅଳ୍ପ ପାଣି ଓ ଚିନି ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଅଳ୍ପ କ୍ଷୀର ଗରମ କରନ୍ତୁ। କ୍ଷୀର ଗରମ ହେବା ପରେ ସେଥିରେ ଅଳ୍ପ କେଶର ପକାଇ ଗୋଳାଇ ଦିଅନ୍ତୁ।  ପରେ ସେଥିରେ ପିସ୍ତା ପକାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ।

ପରେ ଏକ ଗ୍ଲାସରେ ଦହିକୁ ଆଣି ସେଥିରେ ଗ୍ରାଇଣ୍ଡିଂ କରିଥିବା ପିସ୍ତା ଓ କେଶର ମିଶ୍ରଣକୁ ପକାଇ ଦିଅନ୍ତୁ। ପରେ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କେଶର ପିସ୍ତା ଲସି।

 

Show More
Check Also
Close
Back to top button