ବିନା ପିଆଜ,ରସୁଣରେ ପ୍ରସ୍ତୁତ କରନ୍ତୁ ଘାଂଟ ତରକାରୀ

ସତ୍ୟଶିଖା (ଭୁବନେଶ୍ୱର ) ୩୧.୧୦.୨୦୨୩ : ଆବଶ୍ୟକ ସାମଗ୍ରୀ-

ଗୁଆଘିଅ, ଲୁଣ, ଡାଲଚିନି, ଗୋଲମରିଚ, ଜିରା, ତେଜପତ୍ର, ଶୁଖିଲା ଲଙ୍କା, ଅଦା, ହିଙ୍ଗୁ, ହଳଦୀ ପାଉଡର, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର , ନଡିଆ, ଧନିଆ ପତ୍ର, ଗୁଆଘିଅ, ଆଳୁ, ବାଇଗଣ, ସାରୁ, ଖମ୍ବଆଳୁ, ଗାଜର, ବୋଇତାଳୁ, ଫୁଲକୋବି, ସଜନା ଛୁଇଁ , ଅମୃତଭଣ୍ଡା  ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଗ୍ୟାସରେ କଡେଇ ବସେଇ ଘିଅ ପକାଇବେ ।  ଘିଅ ଗରମ ହେବାପରେ ସେଥିରେ ଡାଲଚିନି, ଗୋଲମରିଚ ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ଜିରା, ତେଜପତ୍ର, ଶୁଖିଲା ଲଙ୍କା ପକାଇ ଫୁଟାଇବେ । ତାପରେ ସେଥିରେ କଟା ଅଦା ଓ ହିଙ୍ଗୁ ପକାଇ ମିକ୍ସ କରିବେ ।  ତାପରେ ସେଥିରେ କଟା ଆଳୁ, କଟା ଅମୃତଭଣ୍ଡା, କଟା ଗାଜର, ସଜନା ଛୁଇଁ ,ଖମ୍ବଆଳୁ ପକାଇ ଅଳ୍ପ  ଭାଜିବେ । ତାପରେ ସେଥିରେ କଟା ଫୁଲକେୋବି, ବୋଇତାଳୁ, ସାରୁ ପକାଇ ମିକ୍ସ କରିବେ । ଏହାପରେ ସେଥିରେ  ଅଳ୍ପ କଟା ବାଇଗଣ ପକାଇ ଗୋଳାଇବେ । ତାପରେ ସେଥିରେ ହଳଦୀ ପାଉଡର, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ଲୁଣ ଓ ପାଣି ଢାଳି ତାକୁ ସିଝିବାକୁ ଛାଡିବେ । ଦେଖିବେ ପରିବା ସିଝି ଆସିଲେ, ସେଥିରେ କଟା ନଡିଆ, କଟା ଧନିଆ ପତ୍ର ଓ ଗୁଆଘିଅ ପକାଇ ଗ୍ୟାସ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ବିନା ପିଆଜ ରସୁଣରେ ପ୍ରସ୍ତୁତ ଘାଂଟ ତରକାରୀ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।

Exit mobile version