ଖାଦ୍ୟରୋଷେଇ

ବନାନ୍ତୁ ସ୍ୱାଦିଷ୍ଟ ମଖନା କ୍ଷୀରି

ସତ୍ୟଶିଖା (ଭୁବନେଶ୍ୱର ) ୨୫.୦୯.୨୦୨୩ :

ଆବଶ୍ୟକ ସାମଗ୍ରୀ:-

ମଖନା, ଗୁଆ ଘିଅ, ଚିନି, କ୍ଷୀର

ପ୍ରସ୍ତୁତ ପ୍ରଣାଳୀ:-

ପ୍ରଥମରେ କଢେଇରେ ଘିଅ ଗରମ କରି 1 ରୁ କପ୍ ମଖନାକୁ ଭାଜି ନିଅନ୍ତୁ । ଏହାପରେ ମଖନା ଅଳ୍ପ ଭାଜି ହୋଇଆସିଲେ ତାହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହାପରେ ମଖନାକୁ କୁଟି ଦର ଦରା ଗୁଣ୍ଡ କରି ନିଅନ୍ତୁ । ଏହାପରେ ଆଉ ଏକ ପାତ୍ରରେ କ୍ଷୀର ଗରମ କରନ୍ତୁ । କ୍ଷୀର ଗରମ ହୋଇ ଆସିଲେ ସେଥିରେ ମଖନା ଗୁଣ୍ଡ ପକାନ୍ତୁ । ସ୍ୱାଦ ଅନୁସାରେ ଚିନି ପକାଇ ଗୋଳାନ୍ତୁ । ପୁରା ମୋଟା ଗାଢା ହେବା ପର୍ଯ୍ୟନ୍ତ ସେମିତି ଫେଣ୍ଟନ୍ତୁ । ଆପଣ ଚାହିଁଲେ ଏଥିରେ କାଜୁ, କିସମିସ, ଆଲମଣ୍ଡ ଆଦି ମଧ୍ୟ ମିଶାଇପାରିବେ ।  ମଖନା କ୍ଷୀର ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ  ।

ମଖନାର ଉପକାରିତା– ହୃତପିଣ୍ଡ ପାଇଁ ମଖନା ବେଶ ଲାଭଦାୟୀ । ହାଡ ସୁସ୍ଥ ରଖିବା ସହ ଯକୃତ ଡିଟକ୍ସିଫାଏ କରିଥାଏ । ଏହାସହ ମଖନା ମଧୁମେୟ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟୀ । ହରମୋନ ବାଲାନ୍ସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ସେହିପରି ହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖିଥାଏ ।

Show More
Back to top button