ଖେଳ
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମହେନ୍ଦ୍ର ସିଂ ଧୋନି l


ସତ୍ୟଶିଖା ( ନୂଆଦିଲ୍ଲୀ ) ୧୫ .୦୮.୨୦୨୦ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନିଙ୍କୁ ବର୍ତ୍ତମାନ ଭାରତୀୟ ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିବ ନାହିଁ । ଯଦିଓ ଏମଏସ ଧୋନି ଆଇପିଏଲ ଖେଳିବା ଜାରି ରଖିବେ । ଏଭଳି ପରିସ୍ଥିତିରେ ତାଙ୍କ ପ୍ରଶଂସକମାନେ ଧୋନିଙ୍କୁ ଆଇପିଏଲରେ ଖେଳୁଥିବା ଦେଖିପାରିବେ ।
39 ବର୍ଷୀୟ ଏମଏସ ଧୋନି ଟେଷ୍ଟ କ୍ରିକେଟ ପୂର୍ବରୁ ଅବସର ଘୋଷଣା କରିଥିଲେ । ଯଦିଓ ସେ ODI ଏବଂ T20 ରେ ଭାରତୀୟ କ୍ରିକେଟ୍ ଦଳର ଏକ ଅଂଶ ରହିଛନ୍ତି । କିନ୍ତୁ ଏବେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନି କ୍ରିକେଟ୍ ର ତିନୋଟି ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ମଧ୍ୟ ରହିଛନ୍ତି । ଆହୁରି ମଧ୍ୟ ଧୋନିଙ୍କ ନାମର ଅନେକ ବଡ ରେକର୍ଡ ରହିଛି ।