ସତ୍ୟଶିଖା( ଲକ୍ଷ୍ନୌ ) ୨୩.୦୯ .୨୦୨୧::ଅଖିଳ ଭାରତ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିବାଦ ବଢିବାରେ ଲାଗିଛି । ସେ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା । ଏହା ଲୋକଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଛି | ପୋଲିସ ଏହି ଘଟଣାରେ ନିରନ୍ତର ତଦନ୍ତ କରୁଥିବା ବେଳେ ଯୋଗୀ ସରକାର ଏହାର ଅନୁସନ୍ଧାନ ପାଇଁ ମଙ୍ଗଳବାର ଏକ କମିଟି ଗଠନ କରିଥିଲେ । ଏଥିସହିତ ସନ୍ଥମାନେ ତାଙ୍କ ସନ୍ଦେହଜନକ ମୃତ୍ୟୁ ସମ୍ପର୍କରେ ସିବିଆଇ ତଦନ୍ତ ଦାବି କରିଆସୁଥିଲେ । ବୁଧବାର ରାତିରେ ୟୁପି ସରକାର ମଧ୍ୟ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇବା ପରେ ସିବିଆଇ ଟିମ ଏହାର ତଦନ୍ତ କରିବ ବୋଲି ଉତ୍ତରପ୍ରଦେଶ ଗୃହ ବିଭାଗ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।
ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା: CBI ତଦନ୍ତ ପାଇଁ ସୁପାରିଶ କଲେ ଯୋଗୀ
