୩ ମାସ ପାଇଁ ବନ୍ଦ ରହିବ ମହାନାଦୀ ମଝୀ ପୋଲ

ସତ୍ୟଶିଖା (କଟକ) ୧୨.୦୩.୨୦୨୨: ମରାମତି କାର୍ଯ୍ୟ ପାଇଁ ପ୍ରାୟ ତିନି ମାସ ବନ୍ଦ ରହିବ ମହାନଦୀର ମଝି ପୋଲ । ଏହି ସମୟ ମଧ୍ୟରେ ଟ୍ରାଫିକ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଟ୍ୱିନ୍ ସିଟି କମିଶନରେଟ୍ ପୋଲିସ୍ ଆଜି ଏକ ସାଧାରଣ ବିଜ୍ଞପ୍ତିରେ କହିଛି।

ଭାରତୀୟ ଜାତୀୟ ରାଜପଥ କତୃପକ୍ଷଙ୍କ ପକ୍ଷରୁ ୯୦ ଦିନ ଚଳୀତ ମାସ ୧୪ ତାରିଖରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଅନୁରୋଧ କରାଯାଇଥିଲା । ସେହିପରି ମରାମତି କାର୍ଯ୍ୟ ସମୟରେ ଉକ୍ତ ସେତୁର ଯାଞ୍ଚ ଏବଂ ଲୋଡ୍ ପରୀକ୍ଷଣର ମୂଳ ରିପୋର୍ଟରେ ଟ୍ରାଫିକ୍ ବିବିଧତା ପାଇଁ ଏହା ମଧ୍ୟ ଅନୁରୋଧ କରିଛି । ଏହି ସମୟରେ ଟ୍ରାଫିକକୁ ଡାଇଭର୍ସନ କାର୍ଯ୍ୟକାରୀ କରାଯିବ । କଟକ ମଙ୍ଗୁଳି ପାଶ୍ୱର୍ରୁ ଆସୁଥିବା ସମସ୍ତ ଯାନ ଏହି ବ୍ରିଜ ଉପରେ ଚାଲିବେ ନାହିଁ । ୯୦ ଦିନ ପାଇଁ ବାମ ପାଶ୍ୱ ପୋଲରେ ଯାତାୟତ କରିବେ ।

 

Exit mobile version