

ସତ୍ୟଶିଖା( କେନ୍ଦ୍ରାପଡ଼ା )୧୧.୦୪.୨୦୨୨ : କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ରାମନଗର ପଂଚାୟତରେ ପ୍ରସିଦ୍ଧ ଦରିଆରାଣୀ ମା ରାମଚଣ୍ଡୀଙ୍କ ଝାମୁଯାତ୍ରା ପାଇଁ ମହାକାଳପଡ଼ା ଉତ୍ସବମୁଖର। କାହିଁ କେଉଁ କାଳରୁ ଏଠାରେ ମାଙ୍କ ଆବିର୍ଭାବ ହୋଇଥିବା କିମ୍ବଦନ୍ତି ରହିଛି। ଷଣ୍ଢରାଜାଙ୍କ ଅମଳରେ ମାଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା।
ମହାକାଳପଡ଼ା ଅଂଚଳ ସମୁଦ୍ର ତଟବର୍ତ୍ତୀ ହୋଇଥିବାରୁ ବ୍ୟବସାୟୀ ମାନେ ସମୁଦ୍ରରେ ନୌବାଣିଜ୍ୟ କରିବା ପାଇଁ ଯିବା ସମୟରେ ପ୍ରଥମେ ମାଙ୍କୁ ଦର୍ଶନ କରି ମାନସିକ କରି ନୌଯାତ୍ରା କରିଥାନ୍ତି। ଫେରିବା ପରେ ମା ଙ୍କ ପାଖରେ ଆମିଷ ଭୋଗଲାଗି କରିଥାନ୍ତି ବୋଲି ବିଶ୍ବାସ ରହିଛି। ପ୍ରତିବର୍ଷ ପବିତ୍ର ପଣା ସଂକ୍ରାନ୍ତିରେ ମା ରାମ ଚଣ୍ଡୀଙ୍କର ଝାମୁ ଯାତ୍ରା ହୋଇଥାଏ।