ସତ୍ୟଶିଖା ୧୬/୧୨/୨୦୨୦ : ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିବା ଏକ କଳା। ସମସ୍ତଙ୍କ ଦ୍ୱାରା ଏହା ସମ୍ଭବ ହୋଇ ନ ଥାଏ । ତେବେ ଜଣେ ୧ ଘଣ୍ଟା ଭିତରେ କେତେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିପାରିବ ? ୫ କି ୧୦ ପ୍ରକାର । କିନ୍ତୁ ତାମିଲନାଡୁର ଜଣେ ଝିଅ ଘଣ୍ଟାଏ ଭିତରେ ୪୬ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି । କମ୍ ସମୟ ଭିତରେ ଏତେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିବାର କଳା ପାଇଁ ତାଙ୍କ ନାମକୁ ୟୁନିକୋ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ୍ସରେ ସ୍ଥାନିତ କରାଯାଇଛି ।
୫୮ ମିନିଟରେ ପ୍ରସ୍ତୁତ କଲେ ୪୬ ପ୍ରକାର ବ୍ୟଞ୍ଜନ
