ରାଜନୀତି

କଂଗ୍ରେସ ଭବନ ଗଣ୍ଡଗୋଳ : ୬ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ସ୍ମୃତିରଞ୍ଜନ ଲେଙ୍କାଙ୍କ ଦାୟିତ୍ୱ ଗ୍ରହଣ ଦିନ କଂଗ୍ରେସ ଭବନରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ମାମଲାରେ ୫-୬ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ କରାଯିବ ବୋଲି କଂଗ୍ରେସ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ରଞ୍ଜିବ ବିଶ୍ୱାଳ ସୂଚନା ଦେଇଛନ୍ତି।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରଥଯାତ୍ରା ଦିନ କଂଗ୍ରେସ ଭବନରେ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ତଦନ୍ତ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯେଉଁ କମିଟି ଗଠନ କରିଥିଲେ, ଆଜି ସେହି କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କମିଟି ୬ଜଣଙ୍କ ବିରୁଦ୍ଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ କରିଛି।

ଆହୁରି ପଢ଼ନ୍ତୁ

ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଗଣ୍ଡଗୋଳ ଭିଆଇଥିବା ୫-୬ଜଣ ଯୁବନେତାଙ୍କୁ ଚିହ୍ନଟ କରିଛନ୍ତି। ବୈଠକରେ ଉକ୍ତ ଯୁବନେତାମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିରପେକ୍ଷ ଭାବେ ସମସ୍ତ ସଦସ୍ୟ ସହମତି ହୋଇଛନ୍ତି। କଂଗ୍ରେସରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନଙ୍କୁ କଂଗ୍ରେସ ଭବନ ଭଲ ଲାଗୁନି ସେମାନେ ଏଠାକୁ ଆସନ୍ତୁ ନାହିଁ। ତଳସ୍ତରରେ ଥିବା କର୍ମୀମାନଙ୍କ ପାଖରେ କ’ଣ ସନ୍ଦେଶ ପହଂଚୁଛି ତାହା ସେହି ନେତାମାନେ ଜାଣିବା ଦରକାର। ସେହିପରି କମିଟି ସଦସ୍ୟ ଶୁଭଶ୍ରୀ ପଣ୍ଡା କହିଥିଲେ ଯେ, ଗଣ୍ଡଗୋଳ ନିଶ୍ଚିତ ଭାବେ ଏକ ବିଶୃଙ୍ଖଳିତ ଆଚରଣ। ସମସ୍ତେ ଏଠାରେ ଦଳ ପାଇଁ କାମ କରିବାକୁ ଆସିଛନ୍ତି। କିନ୍ତୁ ଯେଉଁଭଳି ଭାବେ ବିଶ୍ୱୃଙ୍ଖଳା ହେଉଛି ତାହା ଶୋଭନୀୟ ନୁହେଁ।

ସୂଚନାଯୋଗ୍ୟ, କମିଟିରେ ଶ୍ରୀ ବିଶ୍ୱାଳଙ୍କ ବ୍ୟତୀତ କଂଗ୍ରେସ ନେତା ମାନସ ଚୌଧୁରୀ, ସଂଗ୍ରାମ ଜେନା, ବିଶ୍ୱ ଦାସ ଓ ଶୁଭଶ୍ରୀ ପଣ୍ଡା ସାମିଲ ଅଛନ୍ତି। ଆଜି ଏହି କମିଟିର ସଦସ୍ୟମାନେ ଉକ୍ତଦିନ ଗଣ୍ଡଗୋଳବେଳେ ଉପସ୍ଥିତ ଥିବା ଦଳର କିଛି ଯୁବନେତାଙ୍କୁ ଡାକି ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button