ସତ୍ୟଶିଖା (ଭୁବନେଶ୍ୱର) ୧୧.୦୬.୨୦୨୨: ଗରମ ଦିନ ଆସିଲେ ଲିଚିର ଆଗମନ ମଧ୍ୟ ଆରମ୍ଭ ହୋଇଯାଏ। ଅଧିକାଂଶ ଲୋକ ଲିଚି ଖାଇବାକୁ ଭଲ ପାଆନ୍ତି। ସେ ଏହାକୁ ଭିନ୍ନ ଭିନ୍ନ ରୂପ ଦେଇ ମଧ୍ୟ ଖାଇଥା’ନ୍ତି। କେହି କେହି ଏଥିରୁ ଜୁସ୍ ତିଆରି କରନ୍ତି ଏବଂ କିଛି ଏଥିରୁ ସ୍ମୁଦି ତିଆରି କରି ଖାଇଥା’ନ୍ତି। କିନ୍ତୁ ପାଟିକୁ ସୁଆଦିଆ ଲାଗୁଥିବା ଏହି ଲିଚିର ବି ରହିଛି ଅନେକ ସାଇଡ୍ ଇଫେକ୍ଟ। ଆବଶ୍ୟକତାଠାରୁ ଅଧିକ ଲିଚି ଖାଇବା ଦ୍ୱାରା ଆପଣ ମାରାତ୍ମକ ରୋଗରେ ପଡିପାରନ୍ତି।
- ଖାଲି ପେଟରେ ଲିଚି ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏହା ବିଶେଷ ରୂପେ କ୍ଷତିକାରକ। ଏଥିରେ ମିଥାଇଲନ୍ ସାଇକ୍ଲୋପ୍ରୋପିଲ୍-ଗ୍ଲାଇସିନ୍ ଥାଏ। ଏହା ମସ୍ତିଷ୍କକୁ ପ୍ରଭାବିତ କରିଥାଏ ଏବଂ ପେଟର ଅମ୍ଳତା, ଫୁଲିବା ଏବଂ ଗ୍ୟାସ୍ ସୃଷ୍ଟି କରିଥାଏ।
- ଅତ୍ୟଧିକ ଲିଚି ଖାଇବା ଦ୍ୱାରା ବ୍ଲଡ ସୁଗାର ଲୋ’ ହୋଇପାରେ। ଲିଚିରେ ଥିବା ସାଇକ୍ଲୋପ୍ରୋପିଲ୍-ଗ୍ଲାଇସିନ୍ ବ୍ଲଡ ସୁଗାର ଲୋ’ କରିବାରେ କାମ କରିଥାଏ।
- ଏଭଳି ଅନେକ ଫଳ ରହିଛି ଯାହାକୁ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ଦେଖାଦେଇଥାଏ। ସେହି ଫଳ ମଧ୍ୟରୁ ଗୋଟିଏ ହେଉଛି ଲିଚି। ଲିଚିରେ ଲୁଚି ରହିଥିବା ମାଇକ୍ରୋବସ୍ ଫୁଡ୍ ପଏଜନିଂ ଏବଂ ଆଲର୍ଜି ସୃଷ୍ଟି କରିପାରେ। ଏହାକୁ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ।
- ଲିଚିରେ ଥିବା ବିଷାକ୍ତ ପଦାର୍ଥ ଆକ୍ୟୁଟ୍ ଏନସେଫାଲାଇଟିସ୍ ସିଣ୍ଡ୍ରୋମ ସୃଷ୍ଟି କରେ, ଯାହା ସ୍ଥାନୀୟ ଭାବରେ ମସ୍ତିଷ୍କ ଜ୍ୱର ବା ମେନିଞ୍ଜାଇଟିସ୍ ଭାବରେ ଜଣାଶୁଣା।
- ଡାକ୍ତରଙ୍କ କହିବା ମୁତାବକ, ଛୋଟ ପିଲାମାନେ ଲିଚି ନ ଖାଇବା ଭଲ। ଲିଚିର ଉପାଦାନଗୁଡ଼ିକ ପିଲାମାନଙ୍କ ଶରୀରରେ ସଂକ୍ରମଣ ସୃଷ୍ଟି କରିପାରେ। ଏହା ଦ୍ୱାରା ହଠାତ୍ ପେଟ ଯନ୍ତ୍ରଣା ଏବଂ ଶରୀରରେ ଲାଲ ରଙ୍ଗର ଦାଗ ସୃଷ୍ଟି କରିପାରେ। ତେଣୁ, ଛୋଟ ପିଲାମାନଙ୍କୁ ଲିଚି ଜୁସ୍ ଦିଅନ୍ତୁ, କିନ୍ତୁ ଲିଚି ଖାଇବାକୁ ଦିଅନ୍ତୁ ନାହିଁ।