ଉଛୁଳୁଛି ଲୁଣା, କରାଣ୍ଡିଆ; କେନ୍ଦ୍ରାପଡ଼ାରେ ଘାଇ, ଆଠଗଡ଼ରେ ଘଳିଆ

ସତ୍ୟଶିଖା( କେନ୍ଦ୍ରାପଡ଼ା/ଆଠଗଡ଼ )୧୬.୦୮ . ୨୦୨୨: ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଚିନ୍ତାରେ ନଦୀ କୂଳିଆ ଲୋକେ । କେନ୍ଦ୍ରାପଡା ଜିଲ୍ଲାର ଲୁଣା, କରାଣ୍ଡିଆ, ଚିତ୍ରୋପୋଳା, ପାଇକା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବା  ବେଳେ ୨ଟି ବ୍ଲକରେ ଘାଇ ସୃଷ୍ଟି ହୋଇଛି।

ମାର୍ଶାଘାଇ ବ୍ଲକ ବଳରାମପୁର ଘେରି ବନ୍ଧ ଭାଙ୍ଗି ପଶିଲା ପାଣି । ଫଳରେ ଢିଅବଳରାମପୁର ଗାଁ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗରଦପୁର ବ୍ଲକ୍ ହୁରାସାହି, ଶିଶୁଆ, ସିକିଲୋ ଗାଁ ଏବେ ପାଣି ଘେରରେ ରହିଛି।

ନଦୀ ଜଳ ବୃଦ୍ଧି ଯୋଗୁ ଡେରାବିଷ, ଗରଦପୁର, ମାର୍ଶାଘାଇ ମହାକାଳପଡ଼ାର ତଳିଆ ଅଞ୍ଚଳ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ମାର୍ଶାଘାଇ ବ୍ଲକର ଅୟତିପୁର ପଞ୍ଚାୟତର ଢ଼ିଅବଳରାମପୁର, ପଖଟ, କଣିବାଙ୍କ, ଜଳପୋକ,ବଟିରା ଗରଦପୁର ବ୍ଲକ୍‌ର ହୁରା ସାହି, ଶିଶୁଆ,ସଠିଲୋ, ସଲାର ଜଳପୋକ ଗାଁ ପାଣି ଘେରରେ ରହିଛି।

Exit mobile version