
ସତ୍ୟଶିଖା ୨୪/୧୧/୨୦୨୦ : ଆଜିକାଲି ଗ୍ରୀସ୍ରେ ଛୁଟି କାଟୁଛନ୍ତି ଅଭିନେତର ଅଲୀ ଫଜଲ୍ । ସାଥିରେ ତାଙ୍କ ବାନ୍ଧବୀ ରିଚା ଚଢ଼ା ମଧ୍ୟ ଅଛନ୍ତି । ୩୪ ବର୍ଷୀୟ ଅଲୀ ଏବେ ବଲିଉଡର ଜଣେ ଆଗଧାଡ଼ିର କଳାକାର । ମିର୍ଜାପୁର ୱେବ୍ ସିରିଜ୍ର ଗୁଡ଼୍ଡୁ ପଣ୍ଡିତର ନିଖୁଣ ଅଭିନୟ ପାଇଁ ପ୍ରଶଂସକଙ୍କର ଅଧିକ ପ୍ରିୟ ହୋଇଯାଇଛନ୍ତି ଅଲୀ । ଆଜିର ଏ ସଫଳତା ପଛରେ ଯେ କେତେ ପରିଶ୍ରମ କରିବାକୁ ପଡ଼ୁଛି, ସେସବୁ ବଖାଣିଲେ ମଧ୍ୟ କେହି ବିଶ୍ବାସ କରିବେନି ବୋଲି କହିଛନ୍ତି ଅଲୀ । ୨୦୦୯ର ସୁପରହିଟ୍ ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟସ୍’ର ଏକ ଛୋଟ ଭୂମିକା ଜୟ ଲୋବୋ ଚରିତ୍ରରେ ସେ ଅଭିନୟ କରିଥିଲେ ।ସେଇ ସମୟରେ ମୁମ୍ବଇରେ ଦିନକୁ ସେ ଅତିକମ୍ରେ ୫୦-୫୫ଟି ଅଡିସନ୍ ଦେଉଥିଲେ । ଷ୍ଟୁଡିଓ ବାହାରେ ଘଣ୍ଟାଘଣ୍ଟା ଛିଡ଼ା ହୋଇ ସମୟ ଅତିବାହିତ କରିଛନ୍ତି । ସେତେବେଳେ ତାଙ୍କ ପାଖରେ ଟଙ୍କାର ଅଭାବ ମଧ୍ୟ ଲାଗିରହୁଥିଲା । ମାତ୍ର ୧୯ ବର୍ଷ ବୟସରେ ଅଲୀ ଏକ କଲ୍-ସେଣ୍ଟରରେ ମାସିକ ୮ହଜାର ଟଙ୍କାରେ ଚାକିରି କରିଥିଲେ। ୨-୩ ବର୍ଷ ଟଙ୍କା ସଞ୍ଚୟ କରିବା ପରେ ସେ ଲକ୍ଷ୍ନୌରୁ ମୁମ୍ବଇ ଆସିଥିଲେ କେବଳ ଅଭିନୟର ଲକ୍ଷ୍ୟରେ । ଏଇ ଯୁବ ଅଭିନେତା କହିଛନ୍ତି, ସଫଳତା ନିଶ୍ଚୟ ମିଳିବ, କିନ୍ତୁ ପରିଶ୍ରମ ଏଥିପାଇଁ ଖୁବ୍ କରିବାକୁ ପଡ଼ିବ ।