ଜୀବନମନ୍ତ୍ର

ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ ମଣିଷର ବ୍ୟବହାର l

ସତ୍ୟଶିଖା ( ଭୁବନେଶ୍ୱର ) ୯ .୦୯.୨୦୨୦ : ମଣିଷ ବ୍ୟବହାର ସହ ଗ୍ରହ ସ୍ଥିତିର ସମ୍ବନ୍ଧ ରହିଛି | ମଣିଷର ବ୍ୟବହାର ଦ୍ୱାରା ଗ୍ରହ ସ୍ଥିତି ମଧ୍ୟ ପ୍ରଭାବିତ ହୋଇଥାଏ | ଭଲ ହେଉ କିମ୍ବା ଖରାପ ମଣିଷର ବ୍ୟବହାର ସିଧାସଳଖ ଗ୍ରହକୁ ପ୍ରଭାବିତ କରିଥାଏ | ଗ୍ରହ କାରଣରୁ ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ | ବେଳେବେଳେ ଆମ ବ୍ୟବହାର ଯୋଗୁଁ ଭାଗ୍ୟ ମଧ୍ୟ ବଦଳି ଯାଇଥାଏ | ବ୍ୟବହାରର ପ୍ରଭାବ ଭାଗ୍ୟ ଉପରେ କିଭଳି ପଡିଥାଏ ଜାଣନ୍ତୁ :

ବାଣୀ – ବାଣୀର ସମ୍ବନ୍ଧ ପାରିବାରିକ ଜୀବନ ଓ ଆର୍ଥିକ ସମୃଦ୍ଧି ସହ ରହିଛି | ଖରାପ ବାଣୀ ଯୋଗୁଁ ମଣିଷକୁ ଆର୍ଥିକ କ୍ଷତି ସହିବାକୁ ପଡିଥାଏ | ଭାଗ୍ୟ ଉପରେ ବାଣୀର ଖରାପ ପ୍ରଭାବ ପଡିବ ଯୋଗୁଁ ଆକସ୍ମିକ ଦୁର୍ଘଟଣା ଘଟିଥାଏ କିମ୍ବା ଯୌନାସି ବଡ ଧରଣର ରୋଗ ହେବାର ସମ୍ଭାବନା ରହିଥାଏ | ବାଣୀ ସୁଧାରିବା ପାଇଁ ଏବଂ ଭଲ ବ୍ୟବହାର ପାଇଁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଲାଭଦାୟକ ପ୍ରମାଣିତ ହୋଇଥାଏ | ଗାୟତ୍ରୀ ମନ୍ତ୍ର ଜପ ଦ୍ୱାରା ମଧ୍ୟ ଶୀଘ୍ର ଲାଭ ମିଳିଥାଏ |

ଆଚରଣ  କର୍ମ – ମଣିଷର ଆଚରଣ ଓ କର୍ମର ସମ୍ବନ୍ଧ ରୋଜଗାର ସହ ରହିଛି | ଯଦି ଆଚରଣ ଓ କର୍ମ ଶୁଦ୍ଧ ନ ଥାଏ ତାହେଲେ ରୋଜଗାରରେ ସମସ୍ୟା ସୃଷ୍ଟି ହୁଏ | ବ୍ୟକ୍ତି ସାରା ଜୀବନ ବାଟବଣା ହୋଇଯାଏ ଏବଂ କେବେ ମଧ୍ୟ ସ୍ଥିର ହୋଇପାରେ ନାହିଁ | ଆଚରଣ ସୁଧୁରିଲେ ରୋଜଗାର ସମସ୍ୟା ମଧ୍ୟ ଦୂର ହୋଇଥାଏ | ଆଚରଣ ଶୁଦ୍ଧି ପାଇଁ ପ୍ରାତଃରେ ଓ ସନ୍ଧ୍ୟା କାଳରେ ଧ୍ୟାନ କରିବା ଉଚିତ | ଶିବଙ୍କ ଉପାସନାରେ ଅଦ୍ଭୁତ ଲାଭ ପ୍ରାପ୍ତ ହୋଇଥାଏ |

ଦାୟିତ୍ୱରେ ଅବହେଳା – ଦାୟିତ୍ୱ ସହ ମଣିଷ ଜୀବନର ବାଧାର ସମ୍ବନ୍ଧ ରହିଛି | ଯେଉଁମାନେ ନିଜ ଦାୟିତ୍ୱ ସଠିକ ଭବେ ତୁଲାଇ ନଥାନ୍ତି ସେମାନଙ୍କୁ ଜୀବନରେ ବଡ ସଙ୍କଟ ସାମ୍ନା କରିବାକୁ ପଡିଥାଏ, ଯେପରିକି କୌଣସି ପ୍ରକାର ମୁକଦ୍ଦମା କିମ୍ବା ଋଣ | ଫଳରେ ବ୍ୟକ୍ତି ନିଜ ସମସ୍ୟାରେ ହିଁ ଘାଣ୍ଟି ହୋଇ ରହିଯାଏ | ସେଥିପାଇଁ କେବେ ବି ନିଜ ଦାୟିତ୍ୱକୁ ପଛରେ ପକାଇବା ଉଚିତ ନୁହେଁ | ଏକାଦଶୀ ବ୍ରତ ପାଳନ କଲେ ଏହି ସମସ୍ୟା ଦୂର ହୋଇଥାଏ | ଏହାସହ ଗଛରେ ପାଣି ଦେଲେ ମଧ୍ୟ ଲାଭ ମିଳିଥାଏ |

ସହାୟତା  କରିବା – ସକ୍ଷମ ଥାଇ ମଧ୍ୟ କୌଣସି ଆବଶ୍ୟକୀୟ କିମ୍ବା ଅଭାବୀ ବ୍ୟକ୍ତିଙ୍କୁ ସାହାଯ୍ୟ ନ କଲେ ଜୀବନରେ ମାନସିକ ସମସ୍ୟା ସାମ୍ନା କରିବାକୁ ପଡିଥାଏ | ଏହିଭଳି ବ୍ୟକ୍ତି ଯେକୌଣସି ମୁହୂର୍ତ୍ତରେ ଏକାକୀତ୍ୱର ସମ୍ମୁଖୀନ ହୋଇଥାନ୍ତି | ଆପଣ ଲୋକଙ୍କ ଯେତେ ସହାୟତା କରିବେ ସେତିକି ଈଶ୍ୱରର କୃପା ପ୍ରାପ୍ତି ହେବ | ଏହିଭଳି ବ୍ୟକ୍ତି କେବେ ବି ମନରୁ ଦୁର୍ବଳ ହୋଇନଥାନ୍ତି | ସେଥିପାଇଁ ନିଜ ଦିନଚର୍ଯ୍ୟାରୁ କିଛି ସମୟ ଈଶ୍ୱରଙ୍କ ପାଇଁ ବାହାର କରିବା ଉଚିତ | ଏହାଦ୍ୱାରା ଭାଗ୍ୟ ଚକ୍ର ଚମକି ଉଠିବ |

Show More
Back to top button