
ସତ୍ୟଶିଖା (ନୂଆଦିଲ୍ଲୀ) ୧୫.୧୨.୨୦୨୦ : ପୁଣି ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ । ପନିପରିବା, ଡାଲି, ଚିନି, ଖାଇବା ତେଲ ଆଦି ପରେ ସିଲିଣ୍ଡର୍ ଦାମ୍ ବୃଦ୍ଧି ପାଇଛି । ତୈଳ କମ୍ପାନୀଗୁଡିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛନ୍ତି । ୧୪.୨ କିଲୋ ସିଲିଣ୍ଡର୍ ଦାମ୍ ୫୦ ଟଙ୍କା ବୃଦ୍ଧି ପାଇଛି । ଠିକ୍ ସେହିଭଳି ୫ କିଲୋ ସିଲିଣ୍ଡରର ଦାମ୍ ୧୮ ଟଙ୍କା ବୃଦ୍ଧି ପାଇଛି । ୧୯ କିଲୋ ସିଲିଣ୍ଡର ୩୬.୫୦ ଟଙ୍କା ବୃଦ୍ଧି ପାଇଛି ।
ଦେଶର ସବୁଠାରୁ ବଡ ତୈଳ କମ୍ପାନୀ ଆଇଓସି ଅନୁଯାୟୀ, ଦିଲ୍ଲୀରେ ବିନା ସବସିଡିର ୧୪.୨ କିଲୋ ସିଲିଣ୍ଡର୍ ଦାମ ବର୍ତ୍ତମାନ ୬୪୪ ଟଙ୍କା ହୋଇଛି । କୋଲକାତାରେ ୬୭୦.୫୦ ଟଙ୍କା, ମୁମ୍ବାଇରେ ୬୪୪ ଟଙ୍କା ଓ ଚେନ୍ନାଇରେ ୬୬୦ ଟଙ୍କା ହୋଇଛି ।ଏହା ପୂର୍ବରୁ ଡିସେମ୍ବର ୧ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି ପାଇଥିଲା । ୧୯ କିଲୋର କମର୍ସିୟାଲ୍ ସିଲିଣ୍ଡର୍ ଦାମ୍ ୫୫ ଟଙ୍କା ବୃଦ୍ଧି ପାଇଥିଲା । ଅକ୍ଟୋବର, ନଭେମ୍ବର ମାସରେ H.P.C.L, B.P.C.L, I.O.C ରୋଷେଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା । ସାଧାରଣତଃ ତୈଳ କମ୍ପାନୀ ପ୍ରତି ମାସ ପ୍ରଥମ ତାରିଖରେ ରୋଷେଇ ଗ୍ୟାସ ଦାମ ସଂଶୋଧନ କରିଥାଏ । କିନ୍ତୁ ଏଥର ସଂଶୋଧନରେ ଟିକେ ଅଲଗା ହୋଇଛି । ଡିସେମ୍ବର ୧ ତାରିଖରେ ଆଇଓସି କହିଥିଲା ଯେ ୧୪.୨ କିଲୋର ଘରୋଇ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ବୃଦ୍ଧି ହୋଇନଥିଲା । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଦାମ୍ ଲଗାତାର ୭ ମାସ ହେଲା ୫୯୪ ଟଙ୍କାରେ ସ୍ଥିର ରହିଥିଲା । କିନ୍ତୁ ୮ ଦିନ ପରେ ଇଣ୍ଡିଆନ୍ ଅଏଲ୍ ୱେବସାଇଟରେ ୧୪.୨ କିଲୋର ବିନା ସବସିଡି ସିଲିଣ୍ଡର ୫୦ ଟଙ୍କା ବଢ଼ାଇ ୬୪୪ ଟଙ୍କା କରାଯାଇଛି ।
ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ, ଡିସେମ୍ବର ୧ ତାରିଖରେ ଦେଶର ୪ଟି ମହାନଗରରେ ୧୪.୨ କିଲୋର ବିନା ସବସିଡି ଘରୋଇ ଗ୍ୟାସ ଦିଲ୍ଲୀରେ ୫୯୪, କୋଲକାତାରେ ୬୨୦.୫୦, ମୁମ୍ବାଇରେ ୫୯୪ ଓ ଚେନ୍ନାଇରେ ୬୧୦ ଟଙ୍କା ଥିଲା । ଡିସେମ୍ବର ୯ ତାରିଖରେ ୱେବସାଇଟ୍ ବିନା ସବସିଡି ଗ୍ୟାସ୍ ଦାମ ପରିବର୍ତ୍ତନ ହୋଇଛି । ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ଚେକ୍ କରିବାକୁ ଆପଣଙ୍କୁ ସରକାରୀ ତୈଳ କମ୍ପାନୀ ୱେବସାଇଟକୁ ଯିବାକୁ ହେବ । ଏଠାରେ କମ୍ପାନୀ ପ୍ରତି ମାସରେ ନୂଆ ଦାମ୍ ଜାରି କରିଥାଏ । https://iocl.com/Products/IndaneGas.aspx) ଏହି ଲିଙ୍କରେ କ୍ଲିକ କରି ଆପଣ ଗ୍ୟାସ ସିଲିଣ୍ଡର ଦାମ ଚେକ କରିପାରିବେ |