ଏଲ୍‌ପିଜି ସିଲିଣ୍ଡର୍‌ ପିଛା ଟ. ୨୫.୫୦ ବୃଦ୍ଧି

ସତ୍ୟଶିଖା(ନୂଆଦିଲ୍ଲୀ) ୦୧.୦୭.୨୦୨୧:  ଜୁଲାଇ ପହିଲା ଅର୍ଥାତ୍ ଆଜି ଠାରୁ ଘରୋଇ ରନ୍ଧନ ଗ୍ୟାସ୍‌ ବା ‘ଲିକ୍ବିଫାଏଡ୍‌ ପେଟ୍ରୋଲିୟମ୍ ଗ୍ୟାସ୍‌’ (ଏଲ୍‌ପିଜି) ସିଲିଣ୍ଡର୍‌ ପିଛା ଟ. ୨୫.୫୦ ବୃଦ୍ଧି ପାଇଛି। ନୂତନ ମୂଲ୍ୟ ଅନୁସାରେ, ଏବେ ଦିଲ୍ଲୀ ଓ ମୁମ୍ବାଇରେ ୧୪.୨ କି.ଗ୍ରା. ଓଜନବିଶିଷ୍ଟ ସିଲିଣ୍ଡର୍‌ର ମୂଲ୍ୟ ଟ. ୮୩୪.୫୦। ପୂର୍ବରୁ ଏହାର ମୂଲ୍ୟ ଥିଲା ଟ. ୮୦୯। ସେହିଭଳି ଚେନ୍ନାଇରେ ସିଲିଣ୍ଡର୍‌ ପିଛା ଦର ଏବେ ଟ. ୮୫୦.୫ ଏବଂ କୋଲ୍‌କାତାରେ ଟ. ୮୩୫.୫ ରହିଛି।

ମୂଲ୍ୟ ସଂଶୋଧିତ ହେବା ପରେ ଗତ ଛଅ ମାସ ମଧ୍ୟରେ ‘ଏଲ୍‌ପିଜି’ ସିଲିଣ୍ଡର୍‌ପିଛା ଦର ଟ.୧୪୦/- ବୃଦ୍ଧି ପାଇଲାଣି। ପ୍ରାପ୍ତ ସୂଚନା ଅନୁସାରେ, ସମ୍ପ୍ରତି ଦିଲ୍ଲୀରେ ୧୯ କିଲୋ ଏଲ୍‌ପିଜି ସିଲିଣ୍ଡର୍‌ର ମୂଲ୍ୟ ଟ. ୭୬/- ବୃଦ୍ଧି ପାଇ ଟ. ୧,୫୫୦/-।

‘ଏଲ୍‌ପିଜି’ର ଆନ୍ତର୍ଜାତିକ ବେଞ୍ଚ୍‌ମାର୍କ ଏବଂ ଆମେରିକୀୟ ଡଲାର୍‌ ଓ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟକୁ ଆଧାର କରି ପ୍ରତି ମାସ ଆରମ୍ଭରେ ତୈଳ ବିକ୍ରେତା କମ୍ପାନିମାନେ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ସଂଶୋଧନ କରନ୍ତି।

ଏହି ଦର ବୃଦ୍ଧି ଉଭୟ ରହାତି ଏବଂ ଅଣ-ରିହାତି ଉପଭୋକ୍ତାଙ୍କ ପ୍ରତି ପ୍ରଯୁଜ୍ୟ। ସରକାର ପ୍ରତିବର୍ଷ ରିହାତି ମୂଲ୍ୟରେ ପରିବାର ପିଛା ୧୪.୨ ଓଜନବିଶିଷ୍ଟ୧୨ ସିଲିଣ୍ଡର୍‌ ଯୋଗାଇ ଦେଉଛନ୍ତି।

Exit mobile version