ଅପରାଧଜୀବନମନ୍ତ୍ରନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

୩ ଗିରଫ କଫ ସିରଫ ବିକ୍ରି ଅଭିଯୋଗରେ

ସତ୍ୟଶିଖା (ପୁରୀ) ୩/୧୧/୨୦୨୦ : କଫ ସିରଫ ବିକ୍ରି ଅଭିଯୋଗରେ ୩ଜଣଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ବିପୁଳ ପରିମାଣର କଫ ସିରଫ ବୋତଲ ଜବତ କରିଛି ପୋଲିସ । ସମସ୍ତଙ୍କୁ ଅଧିକ ତଥ୍ୟ ପାଇଁ ପଚରାଉଚରା ଜାରି ରଖିଛି ପୋଲିସ । ଖବର ଅନୁଯାୟୀ, ପୁରୀରେ ନିଶା କାରବାର ବଢ଼ି ଚାଲିଥିବା ବେଳେ ବେଆଇନ କଫ ସିରଫ ବିକ୍ରି ଅଭିଯୋଗ ସଦର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଟଗାଁର ସରୋଜ କୁମାର ମହାନ୍ତି, ମାର୍କଣ୍ଡେସ୍ୱର ସାହିର ବାଲ୍ମିକୀ ପ୍ରଧାନ ଓ ଘୋଡା ବଜ଼ାର ଅଞ୍ଚଳର କେ.ମହେଶ୍ୱର ଆଚାରି। ଏମାନଙ୍କ ଠାରୁ ପୋଲିସ ୪୭୮ ବୋତଲ କଫ ସିରଫ ସହ ୩ ଟି ମୋବାଇଲ ଜବତ କରିଛି। ବାଟଗାଁରେ କଫ୍‌ ସିରଫ ବେପାର କରୁଥିବା ବେଳେ ପୋଲିସ ଚଢ଼ାଉ କରିଥିଲା ।

Show More
Back to top button