ଦେଶ

କରୋନା ଯୋଦ୍ଧାଙ୍କୁ ୟୁପି ସରକାରଙ୍କ ଏମିତି ସମ୍ମାନ, ଫ୍ୟାନ ବୁଲୁନି କି ପାଇଖାନା କାମ ଦେଉନି

ରାଏ ବରେଲୀ: କରୋନା ସହ ସାମ୍ନାରେ ରହି ଲଢ଼େଇ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଏବଂ ସମ୍ମାନରେ କୌଣସି ବୁଝାମଣା ହୋଇପାରିବ ନାହିଁ ବୋଲି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏପରି କି ଡାକ୍ତରଙ୍କୁ ଉପଯୁକ୍ତ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ମୋଦି ସରକାର କଠୋର ଅଧ୍ୟାଦେଶ ଆଣିଛନ୍ତି।

ହେଲେ ଖୋଦ ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶରେ ଡାକ୍ତରଙ୍କୁ କେମିତି ସମ୍ମାନ ଦିଆଯାଉଛି, ତା’ର ନିଚ୍ଛକ ଉଦାହରଣ ସାମ୍ନାକୁ ଆସିଛି। କୋଭିଡ-୧୯ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥକର୍ମୀଙ୍କୁ ରାଏବରେଲୀର ଏକ ସ୍କୁଲରେ ରଖାଯିବାର ବ୍ୟବସ୍ଥା କରାଯାଇଥିଲା।

ତେବେ ଡାକ୍ତରମାନେ ରହୁଥିବା ସ୍କୁଲ ଘରେ ନା ଫ୍ୟାନ ବୁଲୁଛି ନା କାମ ଦେଉଛି ପାଇଖାନା। ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ମଧ୍ୟ ଦିଆଯାଉଛି। ରାତିରେ ସ୍କୁଲରେ ବିଜୁଳି ମଧ୍ୟ କଟି ଯାଉଛି। ଡାକ୍ତରମାନେ ସରକାରଙ୍କ ମୁଖା ଖୋଲିବା ପାଇଁ ଭିଡିଓ ଜାରି କରିବା ପରେ ସମସ୍ତଙ୍କୁ ସେଠାରୁ ସ୍ଥାନାନ୍ତର କରି ଏକ ଗେଷ୍ଟ ହାଉସକୁ ନିଆଯାଇଛି।

ଏହି ସ୍ୱାସ୍ଥ୍ୟକର୍ମୀମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବାରୁ ସଂକ୍ରମଣ ଆଶଙ୍କାରେ ଘରକୁ ଯାଇପାରୁନାହାନ୍ତି। ଏଥିପାଇଁ ହସ୍ପିଟାଲ ନିକଟରେ ଥିବା ସ୍କୁଲରେ ସମସ୍ତଙ୍କର ରହିବାର ବ୍ୟବସ୍ଥା କରାଯାଇଥିଲା। ହେଲେ ଉକ୍ତ ସ୍ଥାନ କେତେ ଦୟନୀୟ ସେକଥା ଡାକ୍ତରମାନେ ୩ଟି ଭିଡିଓ ରିଲିଜ କରି ସାର୍ବଜନୀନ କରିଛନ୍ତି।

ଆହୁରି ପଢ଼ନ୍ତୁ

ଏହି ଭିଡିଓରୁ ଗୋଟିଏ ଭୋର ୩ଟା ସମୟରେ ଶୁଟିଂ କରାଯାଇଥିଲା। ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ “ବର୍ତ୍ତମାନ ଭୋର ୩ଟା। ଏଠାରେ ବିଜୁଳି ନାହିଁ। ଏଠାରେ ୫ତାରକା ବିଶିଷ୍ଟ କ୍ଲାସ ରୁମ ରହିଛି। ହେଲେ ଫ୍ୟାନ ବୁଲୁନି। ଏବେ ମୁଁ ଆପଣଙ୍କୁ କମନ ବାଥରୁମ ଦେଖାଉଛି।

ପରିସ୍ରା କରିବା ସ୍ଥାନରେ ପାଇପ ନାହିଁ। ପାଇଖାନା ବି ଚୋକ୍ଡ କରିଯାଇଛି। ଆମେ ପୁଣି କରୋନା ଯୋଦ୍ଧା। ଆମେ କ୍ୱାରେଣ୍ଟାଇନରେ ଏଭଳି ପରିବେଶରେ ରହିବୁ।”

ଦ୍ୱିତୀୟ ଭିଡିଓରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କେଉଁଭଳି ଖାଦ୍ୟ ଦିଆଯାଉଛି ସେ ବିଷୟରେ କୁହାଯାଇଛି। ଏହି ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ “ଦେଖନ୍ତୁ ଆମକୁ କେଉଁଭଳି ଭାବେ ଖାଦ୍ୟ ଲଞ୍ଚ ପାଇଁ ଦିଆଯାଇଛି। ସବୁ କିଛି ଗୋଟିଏ ସ୍ଥାନରେ ପଲିଥିନ ମଧ୍ୟରେ ରହିଛି। ପୁରୀ ଓ ତରକାରି ଦିଆଯାଇଛି। ଏହି ଖାଦ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଖାଇବେ।”

ତୃତୀୟ ଭିଡିଓରେ ଡାକ୍ତରମାନଙ୍କ ପାଇଁ କେଉଁଭଳି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଶୋଇବାର ବ୍ୟବସ୍ଥା କରାଯାଇଛି, ତା’ର ଦୃଶ୍ୟ ରହିଛି।

[ad_2]
Show More
Back to top button