ସତ୍ୟଶିଖା (ଭୁବନେଶ୍ୱର ) ୨୬.୧୦.୨୦୨୩ : ଗତକାଲିଠୁ ଉପବାସରେ ପ୍ରଭୁ ଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ମଧ୍ୟରେ ଜମି ବିବାଦକୁ ନେଇ ଗତକାଲିଠୁ ବନ୍ଦ ରହିଛି ନୀତିକାନ୍ତି। ହୋଇପାରିନି ମଙ୍ଗଳ ଆଳତୀ । ଉପବାସରେ ପ୍ରଭୁ। ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ନୀତି ବନ୍ଦ ରହିଛି।
ମନ୍ଦିର ପ୍ରଶାସନ ସହ ବୈଠକ ପରେ ହୋଇପାରେ ସ୍ଥିତି ସ୍ବାଭାବିକ। ଗତକାଲି ପୂଜା ପଣ୍ଡା ନ ଆସିବାରୁ ମଙ୍ଗଳ ଆଳତୀ ବନ୍ଦ ରହିଥିଲା । ସକାଳୁ କେବଳ ସିଂହଦ୍ବାର ଖୋଲା ନୀତି ହୋଇଥିଲା, ଅନ୍ୟ କୌଣସି ନୀତି ହୋଇପାରିନଥିଲା।