୧୧ଲକ୍ଷ ଲୁଟିନେଲେ, କାର୍ ଭିତରେ ବ୍ୟବସାୟୀଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ l

ସତ୍ୟଶିଖା (ହିସାର) ୦୮.୧୦.୨୦୨୦ : ପ୍ରଥମେ ଲୁଟିଲେ, ତାପରେ ଜିଅନ୍ତା ପୋଡିଦେଲେ । ଜଣେ ବ୍ୟବସାୟୀଙ୍କ ଠାରୁ ୧୧ଲକ୍ଷ ଲୁଟିନେଇଛନ୍ତି । ହରିୟାଣାରେ ଘଟିଛି ଏଭଲି ଅମାନୁଷିକ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ତେବେ ରାଜ୍ୟରେ ଏପରି ଘଟଣାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ ଜଙ୍ଗଲରାଜ ଚାଲିଛି ବୋଲି କଂଗ୍ରେସ କରିଛି ।ସୂଚନା ଅନୁସାରେ, ଝାନ୍ସୀ ଭାଟଳା-ଦାତା ରୋଡ଼ ସ୍ଥିତ ଗାଁର ନିବାସୀ ରାମ ମେହର (୩୫) ଜଣେ ବ୍ୟବସାୟୀ । ତାଙ୍କର କପ-ପ୍ଲେଟ୍ ପ୍ରସ୍ତୁତ କରୁଥିବା କାରଖାନା ରହିଛି । କୌଣସି କାମ ଲାଗି ସେ ବ୍ୟାଙ୍କରୁ ଟଙ୍କା ଉଠାଣ କରି ଘରକୁ ଆସୁଥିଲେ । ନିଜ କାର୍ ଯୋଗେ ଘରକୁ ଆସୁଥିବା ସମୟରେ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ଲୁଟେରା ମାନେ ମେହେରଙ୍କ ନିକଟରେ ଥିବା ୧୧ଲକ୍ଷ ଟଙ୍କା ଲୁଟିବା ସହ ତାଙ୍କୁ ଜୀଅନ୍ତା କାର୍ ଭିତରେ ପୋଡିଦେଇଛନ୍ତି ।
ଏହି ଲୋମଟାଙ୍କୁରା ଘଟଣାର ଖବର ପୋଲିସ ପାଇ ପୋଲିସ ପହଞ୍ଚିଥିଲା । ଘଟଣାସ୍ଥଳରେ ପୋଲିସ କାର୍ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ରହିଛି । ଯାହାକି ପୁରା ପୋଡିଯାଇଛି । ପୋଲିସ କାର୍ର ନମ୍ବର ପ୍ଲେଟ୍ରୁ ମୃତକଙ୍କ ପରିଚୟ ଓ ଠିକଣା ପାଇଥିଲା । ତୁରନ୍ତ ପରିବାର ଲୋକଙ୍କୁ ଘଟଣାସମ୍ପର୍କରେ ସୂଚନା ଦିଆଯାଇଥିଲା । ପରିବାର ଲୋକେ ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ମୃତ୍ୟୁ ପୂର୍ବରୁ ମେହେର ଏକ ଅଡିଓ କ୍ଲିପ୍ ନିଜ ସମ୍ପର୍କୀୟଙ୍କ ନିକଟକୁ ପଠାଇଛନ୍ତି ।