ଅପରାଧରାଜ୍ୟ

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସତ୍ୟଶିଖା ୨୮/୧୨/୨୦୨୦ : ଦିନ ୧୦ଟା ବେଳେ ବନ୍ଧୁକ ମୁନରେ ଲୁଟ୍ । ବାଲେଶ୍ୱର ଖାନ୍ ନଗର ନିକଟରେ ଜେସିବି କମ୍ପାନୀର ଆକାଉଂଟାଂଟଙ୍କୁ ଫାଇରିଂ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁଇଜଣ ଦୁର୍ବୃତ୍ତ । ଆକାଉଂଟାଟ ଅଶୋକ ଓ ସିକୁରିଟି ଗାର୍ଡ଼ କଲେକ୍ସନ୍ କରି ଆଣିଥିବା ୩ଲକ୍ଷ ୨୦ହଜାର ଟଙ୍କା ନେଇ ନିଜ ଅଫିସକୁ ଆସୁଥିବା ବେଳେ ଖାନ୍ ନଗର ନିକଟରେ ଏକ ନମ୍ବର ବିହିନ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ ।

ଟଙ୍କା ନଦେବାରୁ ଅଶୋକଙ୍କ ଗୋଡ଼କୁ ଫାଇରିଂ କରିଥିଲେ ଦୁର୍ବୃତ । ସେହି ମସୟରେ ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇଛନ୍ତି ଦୁର୍ବୃତ୍ତ । ତେବେ ଅଶୋକଙ୍କୁ ବାଲେଶ୍ୱର ମେଡ଼ିକାଲରେ ଚିକିତ୍ସା କରାଯାଉଛି । ଗୋଡ଼ରେ ଗୁଳିବାଜିଥିବାରୁ ଅଳ୍ପକେ ବର୍ତିଯାଇଛନ୍ତି ଅଶୋକ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରୁ ଫେରାର ଅଛନ୍ତି ଦୁର୍ବୃତ୍ତ ।

Show More
Back to top button