ନ୍ୟୁଜ୍

ସ୍ଵାଧୀନତା ଦିବସ ପାଇଁ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା କୋହଳ ୪ ଜିଲ୍ଲାରେ l

ସତ୍ୟଶିଖା ୧୩ .୦୮.୨୦୨୦ :  ସ୍ଵାଧୀନତା ଦିବସ ଅଗଷ୍ଟ ୧୫ ପାଇଁ ୪ ଜିଲ୍ଲାରେ ହେଲା ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା କୋହଳ । ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଅଗଷ୍ଟ ୧୫ ତାରିଖ ଦିନ କିଛି ଘଣ୍ଟା ପାଇଁ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି । ଦିନ ୧୧ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କଟକଣା କୋହଳ ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର(SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ମହାମାରୀ ସଙ୍କଟ କାରଣରୁ କୋଭିଡ କଟକଣା ମାନି ପତକା ଉତ୍ତୋଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ପତକା ଉତ୍ତୋଳନ ସମୟରେ ଭଲ ଭାବରେ ସାନିଟାଇଜେସନ୍‌ କରାଯିବ । ଲୋକମାନେ ନିଜ ନିଜ ଭିତରେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Show More
Back to top button