ସତ୍ୟଶିକ୍ଷା ୨୯.୦୯.୨୦୨୦ : ଚାନ୍ଦବାଲି ସ୍ଥିତ ସମବାୟ ବ୍ୟାଙ୍କ ଆଗରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଠିକ ସମୟରେ ଖୋଲୁନଥିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଟଙ୍କା ଉଠାଣ କରିବା ପାଇଁ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳୁଛି ଲମ୍ବା ଲାଇନ । ଟଙ୍କା ଉଠାଇବା ପାଇଁ ଦୁର ଦୁରାନ୍ତରୁ ଲୋକମାନେ ଆସି ରାତି ୩ଟାରୁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଲାଇନ ଦେଉଛନ୍ତି । ଲାଇନରେ ଘଂଟା ଘଂଟା ଧରି ଛିଡ଼ା ହୋଇ ଥକିଯିବା ପରେ ହେଲମେଂଟ, ଇଟା, ବହି ଖାତା ଥୋଇ ଜାଗା ରଖୁଛନ୍ତି ।
ଟଙ୍କା ପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ l
