

ସତ୍ୟଶିଖା(ଭୁବନେଶ୍ୱର) ୦୪.୦୫.୨୦୨୧: ଲକଡାଉନକୁ ନେଇ ଦ୍ୱୈତ ନଗରୀର ଜନସାଧାରଣ ବ୍ୟସ୍ତ ବିବ୍ରତ ହେବା ଆବଶ୍ୟକ ନାହିଁ। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ଆବଶ୍ୟକତା ଠାରୁ ଅଧିକ ଜିନିଷ ନକିଣିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ କହିଛନ୍ତି ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବାର ବନ୍ଦୋବସ୍ତ ହୋଇଛି। ନିୟମ ଅନୁସାରେ ଏସବୁ ଦୋକାନ ଖୋଲା ରହିବ।
ସୋମବାର ପୋଲିସ କମିଶନର କହିଛନ୍ତି ଲକ୍ ଡାଉନ୍ ପିରିୟଡ଼ରେ ଟିକାକରଣ ଓ ଟେଷ୍ଟିଂ ଲାଗି ପ୍ରତିବନ୍ଧକ ନାହିଁ। ସେହିପରି ପୋଲିସ ମହାନିର୍ଦ୍ଦେଶକ ଅଭୟ ଗତକାଲି ବିଭିନ୍ନ ଜିଲ୍ଲା ଗସ୍ତକରି ଏସପିମାନଙ୍କ ସହ ଆଲୋଚନା କରିବା ପରେ ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ସୂଚନା ଦେଇ ଥିଲେ। ସେ କହିଥିଲେ ୫ରୁ ୧୯ ତାରିଖ ଯାଏଁ ପୋଲିସ ଅଧିକ କଠୋର ହେବ।