

ସତ୍ୟଶିଖା( ନୂଆଦିଲ୍ଲୀ )୦୩.୦୩.୨୦୨୨ : ଋଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ପ୍ରତି ସେକେଣ୍ଡରେ ୟୁକ୍ରେନ୍ ର ଗୋଟିଏ ପରେ ଗୋଟିଏ ଅଚଂଳ ଜୟ କରିବାରେ ଲାଗିଛି ଋଷ୍ । ଏପରି କି ଋଷ୍ ଆଣବିକ୍ ଯୁଦ୍ଧ କରିବ ବୋଲି ମଧ୍ୟ ବର୍ତ୍ତମାନ ପ୍ରସ୍ତୁତ ହେଉଛି ।
ତେବେ ଆଗକୁ ଆସୁଥିବା ବିପଦକୁ ଦୃଷ୍ଟି ରେ ରଖି ୟୁକ୍ରେନ୍ ସରକାର ସାଇବର ସେନା ବା ଆଇଟି ସେନା ପ୍ରସ୍ତୁତ କରୁଛନ୍ତି । ଏଥି ପାଇଁ ସାଇବର ଏକ୍ସପଟ୍ ଙ୍କ ଆବଶ୍ୟକତା ହେଉଛି ।
କେବଳ ଏତିକି ନୁହେଁ ୟୁକ୍ରେନ୍ ସରକାର ଏକାଧିକ ଯୁବକ ମାନଙ୍କୁ ମଧ୍ୟ ଏହି ସେନାରେ ଯୋଗ ଦେବାକୁ କହିଛନ୍ତି । ଯାହାଫଳରେ ୟୁକ୍ରେନ୍ ଅତି ସହଜ ଭାବରେ ଋଷ୍ ସହ ଯୁଦ୍ଧ କରି ପାରିବ ।
ଏଥି ପାଇଁ ବର୍ତ୍ତମାନ ସ୍ଥାନ ଖାଲି ଅଛି ଓ ଯୋଗ୍ୟ ପ୍ରାର୍ଥୀ ଏଥିରେ ଅଂଶ ଗ୍ରହଣ କରି ପାରିବେ । ତେବେ ଏହି ସୁଚନା ୟୁକ୍ରେନ୍ ର ଉପ ପ୍ରଧାନମନ୍ତ୍ରୀ ମାଇଖାଇଲୋ ଫେଡ଼ୋରୋବ୍ ଦେଇଛନ୍ତି ।