ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ଦେହାନ୍ତ

ସତ୍ୟଶିଖା(ଭୁବନେଶ୍ୱର )୦୧.୧୦ .୨୦୨୧: ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ, ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭିଉ’ର ପୂର୍ବତନ ସଂପାଦକ, ପ୍ରଫେସର ରାଜକିଶୋର ମିଶ୍ରଙ୍କର ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା । ତାଙ୍କ ରାଜଧାନୀ ଭୁବନେଶ୍ବର ସ୍ଥିତ ବାସଭବନରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ରାଜକିଶୋର ।

ରାଜକିଶୋର ଶାରଳା ପୁରସ୍କାର ଚୟନ କମିଟିର ସମ୍ପାଦକ ଭାବେ କାର୍ୟ୍ୟ କରୁଥିବା ବେଳେ ରେଭେନ୍ସା ମହାବିଦ୍ୟାଳୟରେ ଜଣେ ଇଂରାଜୀ ଅଧ୍ୟାପକ ଭାବେ ମଧ୍ୟ କାର୍ୟ୍ୟ କରୁଥିଲେ । ଏହାସହିତ ସେ ଜ୍ୟୋତିଷାଶାସ୍ତ୍ରରେ ମଧ୍ୟ ରୁଚି ରଖୁଥିଲେ । ତେବେ ସେ ୧୯୪୨ ମସିହା ଜାନୁଆରୀ ୧୫ ତାରିଖରେ ଜଗତସିଂହପୁରର ଆଳି ପିଙ୍ଗଳ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ।ଏହାସହିତ ସେ ଓଡ଼ିଆ ଭାଷାକୋଷ ସମେତ ମଧୁବାବୁ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଜିଲ୍ଲା ଗେଜେଟିୟର ଆଦି ରଚନା କରିଥିଲେ । ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ଅନେକ ଅନୁଦାନ ରହିଛି ।

Exit mobile version